-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
28-Apr-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଚଳିତ ମାସ ଏପ୍ରିଲ ୩୦ ତାରିଖ ଶନିବାର ଦିନ ସାଡେ ୧୧ଘଣ୍ଟାରେ ଅନୁଷ୍ଟିତ ହେବାକୁ ଯାଉଛି ନବୋଦୟ ପ୍ରବେଶିକା ପରୀକ୍ଷା ।ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ଏହି ପରୀକ୍ଷା ଗତ ଫେବୃଆରୀ ମାସରେ ହେବାର ଥିଲା କିନ୍ତୁ କୌଣସି କାରଣରୁ ତାହା ବାତିଲ ହୋଇ ଚଳିତ ମାସରେ ହେବାକୁ ଯାଉଛି ।ବିଡ଼ମ୍ବନାର ବିଷୟ ଏହି ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ସମୟ ଦିନ ସାଡେ ୧୧ ଟା ରୁ ସାଡେ ୧ ଟା ପର୍ଯ୍ୟନ୍ତ ସ୍ଥିର ହୋଇଥିବା ଏଡମିଟ କାର୍ଡରେ ସ୍ଵଷ୍ଠ ଲେଖା ହୋଇଛି ।ଫଳରେ ପ୍ରବଳ ଖରା ପ୍ରକୋପରୁ ଛାତ୍ରଛାତ୍ରୀ ସିଝିବା ସ୍ୱଷ୍ଟ ପରିଲକ୍ଷିତ ହେଉଛି ।ସହର ସମେତ ଗ୍ରାମାଞ୍ଚଳର କେତେକ ଛୋଟବଡ ପ୍ରମୁଖ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ରମାନ ହୋଇଛି ସତ ହେଲେ କେଉଁ ବିଦ୍ୟାଳୟରେ ବିଜୁଳିର ଲୁଚକାଳି ଖେଳ ତ ଆଉ କେଉଁଠି ଘିର ଘିର ପଙ୍ଖା ଚଳୁଥିବାରୁ ସରକାର ୫ଟି ମଡେଲ ସ୍କୁଲ ଗୁଡିକରେ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କଲେ ଛାତ୍ରଛାତ୍ରୀ ମାନେ ଆରାମରେ ପରୀକ୍ଷା ଦେଇ ପାରିବେ। ସୂଚନା ଯୋଗ୍ୟ ଯେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ଆଶାତୀତ ଭାବେ ବୃଦ୍ଧି ପାଉଥିବା ଏବଂ ରାଜ୍ୟର ସୁବର୍ଣ୍ଣପୁର ଜିଲ୍ଲାରେ ସବୁଠାରୁ ରେକଡ୍ ତାପମାତ୍ରା ରହୁଥିବାରୁ ଦିନ ୧୧ ଟା ପରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସାଙ୍ଗକୁ ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନଶାନ ହୋଇପଡୁଛି ।ଅଗ୍ନି ବର୍ଷା ଆହୁରି ୫ଦିନ ବଳବତ୍ତର ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ସ୍କୁଲ/କଲେଜ ଆସନ୍ତା ୨ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା ହୋଇଥିବା ବେଳେ କେବଳ ନିୟମ ମୁତାବକ ପରୀକ୍ଷା ଗୁଡ଼ିକ ଚାଲୁ ରହିଛି । ଖରା ତାତିରେ ନ ବାହାରିବାକୁ ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ରରେ ପ୍ରଚାର ପ୍ରସାର କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ।ରାଜ୍ୟର ପ୍ରମୁଖ ୮ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣିଂ ଜାରି କରିଥିବା ବେଳେ ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।ତେଣୁ ଏଭଳି ପରିସ୍ଥିତିରେ ୯/୧୦ବର୍ଷର ପଞ୍ଚମ ପଡୁଥିବା ଛାତ୍ରଛାତ୍ରୀ ମାନେ ପ୍ରଚଣ୍ଡ ଖରାକୁ ସହ୍ୟ କରି ନିଜ ଘରୁ ପରୀକ୍ଷା କେନ୍ଦ୍ରକୁ କିପରି ଆସିବେ ସେନେଇ ଅଭିଭାବକ ମହଲରେ ଚିନ୍ତାର କାରଣ ପାଲଟିଛି । ଯଦି ପରୀକ୍ଷା ସମୟ ପରିବର୍ତ୍ତନ ଦିଗରେ ସରକାରଙ୍କ ଶିକ୍ଷା ବିଭାଗ ପଦକ୍ଷେପ ନିଅନ୍ତେ ତେବେ ଛାତ୍ରଛାତ୍ରୀ ଖରା ଦାଉରୁ ରକ୍ଷା ପାଇପାରନ୍ତେ ଏବଂ ଗ୍ରୀଷ୍ମ ପ୍ରକୋପକୁ ସାମନା କରିବା ପୂର୍ବରୁ ସୁରକ୍ଷିତ ଭାବେ ନିଜ ଘରକୁ ଛାତ୍ରଛାତ୍ରୀ ଫେରି ପାରନ୍ତେ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି ।ତେଣୁ ଏଥିପ୍ରତି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଷ୍ଟି ଦେବାକୁ ଦାବି ହେଉଛି