-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
24-Apr-2022
ବୌଦ୍ଧ (ପ୍ରେରଣା ଖବର) : ଶ୍ରୀ ରାମ ଲୀଳା ଯାତ୍ରା ଅବସରରେ ବୌଦ୍ଧ ଠାରେ ପଲ୍ଲିଶ୍ରୀ ଏବଂ ପୁସ୍ତକ ମେଳା ର ଶୁଭ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏହି ଉପଲକ୍ଷେ ଏକ ମଶାଲ ଶୋଭାଯାତ୍ରା ଶ୍ରୀରାମ ମନ୍ଦିର ଠାରୁ ବାହାରି କଚେରୀ ପଡିଆ ଠାରେ ପହଁଚି ଥିଲା l ଏହି ସାସ୍କୃତିକ ଶୋଭାଯାତ୍ରା ରେ ବୌଦ୍ଧ, ହରଭଙ୍ଗା ଏବଂ କଣ୍ଟାମାଲ ବ୍ଲକ ର ବହୁ ସଂଖ୍ୟା ରେ କଳାକାର ଯୋଗ ଦେଇ ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ l ପରେ ପରେ ଅନୁଷ୍ଠିତ ସଭାରେ
ମୁଖ୍ୟ ଅତିଥି ଭାବେ ମାନ୍ୟବର ଉପ -ବାଚସ୍ପତି, ଓଡିଶା ବିଧାନ ସଭା ରାଜନୀକାନ୍ତ ସିଂହ, ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷ, ବିଜ୍ଞାପିତ ଅଞ୍ଚଳ ପରିଷଦ ମୃତ୍ୟୁଞ୍ଜୟ ମିଶ୍ର, ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି, ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା,ପ୍ରକଳ୍ପ ନିର୍ଦେଶକ, ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଯୋଗ ଦେଇଥିଲେ l ସଭାପତି ଭାବେ ଜ଼ିଲ୍ଲାପାଳ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ କୁ ପ୍ରମୋଦ କୁମାର ପ୍ରଧାନ, ସହକାରୀ ଶିକ୍ଷକ ପରିଚାଳନା କରିଥିଲେ ଏବଂ ବସନ୍ତ କୁମାର ସାହୁ,, ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ନଟରାଜ କଳା ମନ୍ଦିର, ଫୁଲବାଣୀ -ଓଡିଶୀ, ପଏଁରୀ, ସୁବର୍ଣ୍ଣପୁର -ସମ୍ବଲପୁରୀ ଏବଂ ପଦ୍ମିନୀ ଦୋରା ଏବଂ ସାଥି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ମର୍ଯ୍ୟାକୁଦ ର ସଂକୀର୍ତନ ମଣ୍ଡଳୀ, ମଙ୍ଗଳ ମହୁରୀ (ମାଲେଶ୍ରୀ ବାଦ୍ୟ ) ସହ ପୂଜାର୍ଚନା ଓ ମଙ୍ଗଳ ଆରତୀ, ବାବା ବୈଦ୍ୟନାଥ ନାଟ୍ୟ କଳା ପରିଷଦ, ସରସରା ଶ୍ରୀରାମ
ଲୀଳା ଯାତ୍ରା -ସୀତାଚୋରି ଅଭିନୟ କରି ସମ୍ବର୍ଦ୍ଧିତ ହୋଇଥିଲେ l ଏହି ଅବସରରେ ବୁଟୁପାଲୀ ମଞ୍ଚରେ ପାଲା ପରିବେଷଣ ସହ ଶ୍ରୀରାମ ମନ୍ଦିର ମଞ୍ଚରେ ଶ୍ରୀରାମ ଲୀଳା ଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l କଚେରୀ ପଡିଆ ଠାରେ ପୁସ୍ତକ ଷ୍ଟଲ - ୧୨ ଟି, ୨୮ଟି ଜ଼ିଲ୍ଲା ରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ର ୭୪ ଟି ଷ୍ଟଲ ଏବଂ ସମସ୍ତ ବିଭାଗ ର ୪୪ ଟି ଷ୍ଟଲ ଏହିପରି ସର୍ବମୋଟ ୧୫୭ ଟି ଷ୍ଟଲ ଖୋଲା ଯାଇଥିଲା l