-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
22-Apr-2022
ନାକଟିଦେଉଳ(କନ୍ଦର୍ପ ବେହେରା) ଜଣେ ୧୫ବର୍ଷିୟା ନାବାଳିକକୁ ଦୁଷ୍କର୍ମ ଅଭିଯୋଗରେ ନାକଟିଦେଉଳର ବ୍ଲକ ସାହେବି ପଂଚାୟତର ପୂର୍ବତନ ସରପଂଚ ତଥା କଂଗ୍ରେସର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ବିରଂଚି ବେହେରା(୫୪) ଗିରଫ ହୋଇଛନ୍ତି ।
ସୂଚବାରୁ ପ୍ରକାଶ ଯେ ଗତ ଏପ୍ରିଲ ୨ଠ ତାରିଖରେ ଜଣେ ନାବାଳିକାର ନିଖୋଜ ହେବା ଘଟଣା ନାକଟିଦେଉଳ ଥାନାରେ ଅଭିଯୋଗ ହୋଇଥିଲା ।ପୋଲିସ ଅନୁସନ୍ଧାନ ପରେ ନାବାଳିକ ଜଣକୁ ହିରାଲୋଇ ଗ୍ରାମରେ ଥିବା ତାର ବଡ ଭଉଣୀ ଘରେ ମିଳିଥିଲା । ନାବାଳିକାର ବୟାନ ମୁତାବକ ବିରଂଚି ବେହେରା ଙ୍କ ସ୍ତ୍ରୀ ଅସୁସ୍ଥ ଥିବାରୁ ନାବାଳିକା ଜଣକ ନିଜ ସ୍ତ୍ରୀ କୁ ଘର କାମରେ ସାହାର୍ଯ୍ୟ କରିବା ପାଇଁ ଡକାଇ ଥିଲା । ନାବାଳିକାର ପରିବାର ଗରୀବ ଶ୍ରେଣୀର ହୋଇଥିବାର ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବିରଂଚି ଘରେ କାମ କରିଥିଲେ । ତେବେ ନାବାଳିକାର ସରଳତାର ସୁଯୋଗ ନେଇ ବିରଂଚି ନାବାଳିକା ଜଣକୁ ତାର ଇଛା ବିରୁଦ୍ଧରେ ଦୁଷ୍କର୍ମ କରିଥିଲା । ବିବାହ ପରେ ବି ବିରଂଚିର ପୁଅଝିଅ ନଥିବାରୁ ସେ ନାବାଳିକା ଜଣକୁ ବିବାହ କରିବାକୁ ଚାହୁଁଥିଲା । କିଛି ଦିନ ତଳେ ବିରଂଚି ଏହି ନାବାଳିକା ଜଣକୁ ନିଜକୁ ଘରକୁ ନେବା ପାଇଁ ବାଧ୍ୟ କରିଥିଲା । ତେବେ ନାବାଳିକା ଜଣକ ଯିବାକୁ ମନା କରିଦେଇଥିଲା । ବିରଂଚି ଜୋରଜବରଦସ୍ତି କରିବାରୁ ସେ ନିଜ ବଡ ଭଉଣୀ ଘରକୁ ଦୌଡିପଳାଇ ଥିଲା । ନାବାଳିକାର ପରିବାରର ଅଭିଯୋଗକୁ ଭିତ୍ତି କରି ନାକଟିଦେଉଳ ପୋଲିସ ବିରଂଚି ଙ୍କୁ ଗିରଫ କରିଛି । ଆସନ୍ତା କାଲି ବିରଂଚିକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।