-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
22-Apr-2022
ପୁରୀ(ସମୀର ରଞ୍ଜନ ନାୟକ): ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଗୋଷ୍ଠୀ ସହନଶୀଳ ଦକ୍ଷତା ବୃଦ୍ଧି କର୍ମଶାଳା ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏହି କର୍ମଶାଳା କାରିଟସ ଇଣ୍ତିଆ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ଯରେ ଆୟୋଜିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସରକାରଙ୍କ ବ୍ୟତୀତ ବିଭିନ୍ନ ବେସରକାରୀ ସଂସ୍ଥା, ସ୍ଥାନୀୟ ଜନ ପ୍ରତିନିଧି, ସଂପୃକ୍ତ ଅଞ୍ଚଳର ଅଧିବାସୀଙ୍କ ଗୁରୁ ଭୂମିକା ରହିଛି । ବିପର୍ଯ୍ୟୟ ପୂର୍ବ ଓ ପରବର୍ତ୍ତୀ ସମୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ନିମନ୍ତେ ସମସ୍ତଙ୍କ ସହଭାଗିତାର ଆବଶ୍ୟକତା ରହିଛି । ଏହାଦ୍ବାରା ବ୍ୟାପକ ଧନଜୀବନ ରକ୍ଷା କରାଯାଇ ପାରିବ । ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଅଂଶୀଦାର ମାନଙ୍କ ସହନଶୀଳ ଦକ୍ଷତା ବୃଦ୍ଧି କରିବା ଆବଶ୍ୟକ । ଏଥି ନିମନ୍ତେ ବିଭିନ୍ନ ସମୟରେ ସଂପୃକ୍ତ ଅଂଶିଦାର ମାନଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି । ପୁରୀ ଜିଲ୍ଲାରେ ପ୍ରତିବର୍ଷ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ଥିବାରୁ ଏହାର ସମ୍ମୁଖୀନ ଓ ସଫଳ ମୁକାବିଲା ନିମନ୍ତେ ଗୋଷ୍ଠୀ ସହନଶୀଳ ଦକ୍ଷତା ବୃଦ୍ଧିର ଗୁରୁ ଭୂମିକା ରହିଛି । ପ୍ରତ୍ୟେକଟି ଜୀବନ ମୂଲ୍ୟବାନ ହୋଇଥିବାରୁ ସମସ୍ତଙ୍କ ସହଯୋଗରେ ବିପର୍ଯ୍ୟୟ ପ୍ରବଣତାକୁ ହ୍ରାସ କରାଯାଇ ପାରିବା ନେଇ ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଏଥି ନିମନ୍ତେ କାରିଟସ ଇଣ୍ତିଆ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଓ ବୈଷୟିକ ସହୟତା ପ୍ରଦାନ କରାଯିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣପ୍ରସାଦ ତହସିଲଦାର ଶ୍ରୀ ଉଲ୍ଲାସ ଚନ୍ଦ୍ର ସେଠୀ, ଜିଲ୍ଲା ଆପଦକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଚିନ୍ମୟ ପାଣିଗ୍ରାହୀ, ଓସଡମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ଦାଶ, ଜିଲ୍ଲାସ୍ତରୀୟ ଅଧିକାରୀ,ସ୍ଥାନୀୟ ସରପଞ୍ଚ, ବିଭିନ୍ନ ବେସରକାରୀ ସଂସ୍ଥା କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।