-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
17-Apr-2022
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତର ର ନବ ନିର୍ବାଚିତ ସରପଞ୍ଚ ଉମାକାନ୍ତ ମେହେର ନିର୍ବାଚନ ପ୍ରଚାର ବେଳେ ଯାହା ଯାହା ପ୍ରତିଶୃତି ଦେଇଥିଲେ ଏବେ ପୂରଣ ମଧ୍ୟ କରୁଛନ୍ତି।ଘରକୁ ଘର ବୁଲି ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିବା। ମୃତ୍ଯୁବରଣ କରିଥିବା ପରିବାର କୁ ହରିସ୍ଛନ୍ଦ୍ର ଯୋଜନା ରେ ସାମିଲ୍ କରିବା,ପଂଚାୟତ ର ପ୍ରତ୍ୟକ ସ୍କୁଲ ଏବଂ ଅଙ୍ଗନବାଡ଼ି
କେନ୍ଦ୍ର କୁ ଯାଇ ପରିଭ୍ରମଣର କରି ସୁବିଧା ଅସୁବିଧା ବୁଝିବା।ନିର୍ବାଚନ ପ୍ରଚାର ବେଳେ ସେ କହିଥିଲେ ଯେ ପ୍ରଥମେ ଶିକ୍ଷା ଓ ଗରିବ ଲୋକଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ହେବ ତାଙ୍କର ପ୍ରଥମ କାମ।ଆଉ ସେହି ଅନୁଯାୟୀ କାର୍ଯ୍ୟ ଆରମ୍ଭ କରିଛନ୍ତି।ପାନୀୟ ଜଳ ଯୋଗାଣ, ଏବଂ ସ୍ୱାସ୍ଥ୍ୟ ସେବା ସହଜରେ ଯୋଗେଇ ଦେବା ପାଇଁ ଆଗକୁ କାମ କରିବି ବୋଲି ମତ ପ୍ରକାଶ କରିଛନ୍ତି।ତାଙ୍କର ଏଇଭଳି କାର୍ଯ୍ୟକୁ ଦେଖି ବୁଦ୍ଧିଜୀବୀ ମାନେ ସାଧୁବାଦ ଜଣେଇବା ସହିତ ଅଞ୍ଚଳ ବାସୀ ବେଶ ଉତ୍ସାହିତ ହେଉଛନ୍ତି।