-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
16-Apr-2022
ପଦ୍ମପୁର:-ଆସନ୍ତା ତା ୨୯/୦୪/୨୨ ରୁ ତା ୦୧/୦୫/୨୨ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ମହାଆଡମ୍ବରରେ ଦ୍ୱିତୀୟ ପଦ୍ମପୁର ଲୋକ ମହୋତ୍ସବ - ୨୦୨୨ ଅନୁଷ୍ଠିତ ହେବାକୁ ଯାଉଛି। ଟାଉନ କ୍ଲବ ପଦ୍ମପୁର ଦ୍ୱାରା ଆୟୋଜିତ ଏହି ମହୋତ୍ସବ ରେ ତା ୨୪/୦୪/୨୨ ରୁ ୮ ଦିନ ଧରି ବାଣିଜ୍ୟ ମେଳା ମଧ୍ୟ ସ୍ଥାନୀୟ ଅଶୋକ ପଡିଆ ଠାରେ ଅନୁଷ୍ଠିତ ହେବ। ଜାତୀୟ ଓ ରାଜ୍ୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଅନେକ ଗୁଡିଏ ସାଂସ୍କୃତିକ ଦଳ ମହୋତ୍ସବରେ ନିଜ କଳା ପ୍ରଦର୍ଶନ କରିବା ସହିତ ଗଣଦୌଡ଼,ସାଂସ୍କୃତିକ ଶୋଭାଯାତ୍ରା,ହାସ୍ୟକବି ସମ୍ମିଳନୀ,ସମ୍ବର୍ଦ୍ଧନା ସଭା ମଧ୍ୟ ଆୟୋଜନ କରାଯାଉଛି। ଏଣୁ ସମସ୍ତ କଳାପ୍ରେମୀ ,ଜନସାଧାରଣ ଓ ଅନୁଷ୍ଠାନ ଗୁଡିକୁ ନିବେଦନ ଯେ ଉକ୍ତ ମହୋତ୍ସବରେ ଉପସ୍ଥିତ ରହି ସହଯୋଗ କରିବା ସହ କଳା ଓ କଳାକାରଙ୍କୁ ଉତ୍ସାହିତ କରିବେ ବୋଲି ଆୟୋଜକ ମାନେ ନିବେଦନ କରିଛନ୍ତି