-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
16-Apr-2022
ବଲାଙ୍ଗିର,(ପ୍ରେରଣା ଖବର) କଳା ଓ ସାମାଜିକ - ସାଂସ୍କୃତିକ ‘ବର୍ଣ୍ଣାଳି’ର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଶ୍ରମିକ ମଂଗଳ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରିଥିଲେ ସଭାପତି ପ୍ରଭାକର ମିଶ୍ର । ସଂପାଦକୀୟ ବିବରଣୀ ପଠନ କରିଥିଲେ ସଂପାଦକ ବାସୁଦେବ ମେହେର ଓ ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ କୋଷାଧ୍ୟକ୍ଷ ସୁନିଲ ଚନ୍ଦ୍ର ବିଶ୍ୱାଳ । ଆଲୋଚନା କଳାପରେ ଗତ ବୈଠକର ବିବରଣୀକୁ ଅନୁମୋଦନ କରାଯାଇଥିଲା । ଆଗାମୀ ମେ ମାସରେ ସଂଗଠନର ବାର୍ଷିକ ଉତ୍ସବ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଥି ପାଇଁ ବିଭିନ୍ନ କମିଟି ଯଥା ଅର୍ଥ କମିଟି, ସାଂସ୍କୃତିକ କମିଟି, ପରିଚାଳନା କମିଟୀ, ସଂବର୍ଦ୍ଧନା କମିଟି ଗଠନ କରାଯାଇଥିଲା । ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ମୁଖ୍ୟ ଉପଦେଷ୍ଟା ପଦ୍ମଚରଣ ଆଚାର୍ଯ୍ୟ, ଉପଦେଷ୍ଟା ବୃନ୍ଦ ନିଳାଞ୍ଚଳ ଚିରଗୁନ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଶୁଭ୍ରାଂଶୁ ମିଶ୍ର, ନିଳମଣି ପଟେଲ, ମଳୟ ତ୍ରିପାଠୀ, ରାଘବ ପାଣିଗ୍ରାହୀ, ବ୍ରଜ କିଶୋର ପଣ୍ଡା, ଶ୍ରୀୟାକାନ୍ତ ପାଣିଗ୍ରାହୀ, ଉପ-ସଭାପତି କପିଳେଶ୍ୱର ଖମାରୀ, ଯୁଗ୍ମ ସଂପାଦକ ଅଶୋକ କୁମାର ଚାନ୍ଦ, କଳାକାର ବୃନ୍ଦ ଅନୁପ କୁମାର ମିଶ୍ର, ଚନ୍ଦ୍ରମା ହୋତା, ନବୀନ କୁମାର ମେହେର, ପ୍ରଦୀପ କୁମାର ବରାଳ, ସନ୍ତୋଷ କୁମାର ହୋତା, ରୋଜିସ୍ମିତା ହୋତା, ପଙ୍କଜ ସାହୁ, ବିକାଶ ଷଡଙ୍ଗୀ ପ୍ରମୁଖ । ଶେଷରେ କୋଷାଧ୍ୟକ୍ଷ ସୁନିଳ କୁମାର ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।