-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
16-Apr-2022
ଆଜି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇ ଭୁବନେଶ୍ବର ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ଯକ୍ତିଗତ ସଚିବ ତଥା ମୋ ସରକାର ର ସଚିବ ଭି କେ ପାଣ୍ଡିଆନ ଙ୍କ ନିମନ୍ତ୍ରଣ ପୁର୍ବକ ଏକ ସ୍ବଜନ୍ଯ ମୁଳକ ସାକ୍ଷାତକାର ରେ ବଲାଙ୍ଗିର ସହର ର ଡ୍ରେନେଜ ବ୍ଯବସ୍ଥାରେ ସୁଧାର ଆଣିବା ତଥା ପାନୀୟଜଳ ର ସ୍ଥାୟୀ ସମାଧାନ ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ତାକୁ ବାସ୍ତବତା ର ରୂପଦେଲେ ବଲାଙ୍ଗିର ବାସୀ ଉପକୃତ ହେବେ ବୋଲି ପୌରାଧ୍ୟକ୍ଷା ଅନୁରୋଧ କରିଥିଲେ । ପ୍ରତିଉତ୍ତର ରେ ବଲାଙ୍ଗିର ର ବିଭିନ୍ନ ସମସ୍ଯା ଉପରେ ଅବଗତ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଜଣାଇ ବଲାଙ୍ଗିର ର ଏସବୁ ସମସ୍ଯା ର ସ୍ଥାୟୀ ରୂପାୟନ କରିବା କୁ ପ୍ରତିଶୃତି ଦେଇ ନବନିର୍ବାଚିତ ଅଧ୍ଯକ୍ଷା ଓ ଉପାଧ୍ୟକ୍ଷା ଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଯେହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସବୁ କ୍ଷେତ୍ର ରେ ଆଗ୍ରଧିକାର ଦେଉଥିବା ବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ଵଦେବାକୁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ ।