-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
14-Apr-2022
ପଦ୍ମପୁର:-ରାଜବୋଡାସମ୍ବର ବ୍ଳକ ଅଧିନସ୍ଥ କଂସର ପଂଚାୟତ ରେ ଯାଉଥିବା ସଂପିଆ ଗ୍ରାମରେ ପ୍ରଥମ କରି ଆରମ୍ଭ ହୋଇଥିବା ବୁଢାରଜା କ୍ରିକେଟ୍ କପ୍ ଉଦଯାପିତ ହୋଇଯାଇଛି ।ସାରଙ୍ଗପୁର ଏବଂ ସର୍ଗିବାହଲ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ରେ ସାରଙ୍ଗପୁର ଦଳ ବିଜୟୀ ଘୋଷିତ ହୋଇଥିଲା କ୍ରିକେଟ୍ କମିଟି ପକ୍ଷରୁ ବିଜୟୀ ଦଳ କୁ ୧୧୦୦୦ ଟଙ୍କା ଏବଂ ପରାଜିତ
ଦଳ କୁ ୬୦୦୦ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ସରପଂଚ ଆନନ୍ଦ କୁମାର ବେହେରା ଏବଂ ନାଏବ ସରପଂଚ ଦୀନବନ୍ଧୁ ବରିହା ଯୋଗଦାନ କରି ସାରଙ୍ଗପୁର ଦଳ ଏବଂ ସର୍ଗିବାହଲ ଦଳ କୁ ପୁରସ୍କାର ପ୍ରଦାନ କରିଥିଲେ ।ବିଜୟ ସେଠ ଏବଂ ଶଙ୍କର ରୋହଦାଶ ଧାରା ବିବରଣୀ ଦେଇଥିବାବେଳେ, ଯାଦବ,ମଦନ,ଏବଂ ଗଜ ଖେଳ ପରିଚାଳନା କରିଥିଲେ ।କ୍ରିକେଟ କମିଟି ପକ୍ଷରୁ ସାଧବ,ରଙ୍କ,ଟୁଲେଶ୍ବର,ଦିଲ୍ଲିପ ପ୍ରମୁଖ କାର୍ଯ୍ୟ ତୁଲାଇଥିଲେ ।