-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
12-Apr-2022
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି, କ୍ରାନ୍ତିପଡା ର କରୋନା ମହାମାରୀ ପାଇଁ ଅଂଗନବାଡି କେନ୍ଦ୍ର ଗୁଡିକ ବନ୍ଦ ରହିଥିଲା। ଏବେ ଅଂଗନବାଡି କେନ୍ଦ୍ର ଖୋଲିଲାଣି । କେନ୍ଦ୍ର ଗୁଡିକ ଅଲିଆ, ଆବର୍ଜନା ରେ ପରିପୂର୍ଣ୍ଣ ରେ ରହିଥିଲା। ଛୋଟ ଛୋଟ ଶିଶୁ ମାନେ ପାଠ ପଢି ବାକୁ ଆସୁଥିବାରୁ, ଆଜି କ୍ରାନ୍ତିପଡା ର ଅଂଗନବାଡି କେନ୍ଦ୍ର କୁ ମମତା ଛତ୍ରିଆ ଙ୍କ ତତ୍ବାବଧାନରେ ଆଶା କର୍ମୀ ସୁଲୋଚନା ସୁନା, ଅଂଗନବାଡି କର୍ମୀ, କ୍ରାନ୍ତିପଡା ର ବାସନ୍ତୀ, ରାଧା, ବୀଣା, ବିଶାଖା, ଲଳିତା, ତପସ୍ଵିନୀ,ଅନୁପମା, ବାଳିକା, ମୀନା ଡାଳିମ୍ବ, ବନିତା ଜୁହ୍ନବ,ଅଙ୍ଗରା ପ୍ରମୁଖ ମହିଳା ମାନେ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇ ପରିବେଶ କୁ ନିର୍ମଳ କରିଥିଲେ । ଏହାକୁ ଦେଖି କ୍ରାନ୍ତିପଡାବାସୀ ପ୍ରଶଂସା କରିଛନ୍ତି।