-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
10-Apr-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ରବିବାର ନୂତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଉପସ୍ଥିତ ଶିକ୍ଷକ ମାନେ ସରକାର ଙ୍କ ଦ୍ଵାରା ହୋଇଥିବା ନୂତନ ପେନସନ ଯୋଜନା କୁ ଉଚ୍ଛେଦ କରାଯାଇ,କର୍ମଚାରୀ ମାନଙ୍କୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବାନେଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଅବସରରେ ଏକ କୋର କମିଟି ଗଠନ କରାଯାଇଥିଲା, ଯହିଁରେ ଶିକ୍ଷକ ଉଜ୍ଜ୍ବଳ କୁମାର ସାହୁ, ସୁଦର୍ଶନ ସାହୁ,ମଧୁସୂଦନ ଧରୁଆ, ପ୍ରସନ୍ନ କୁମାର ସାହୁ,ଐଶ୍ୱର୍ଯ୍ୟ ସାହୁ,ମନୋଜ ଦାସ, ମନୋଜ କୁମାର ମିଶ୍ର ପ୍ରମୁଖ ମନୋନୀତ ହୋଇଥିଲେ।