-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
01-Apr-2022
କର୍ଲାମୁଣ୍ଡା: (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଶୁକ୍ରବାର ଉତ୍କଳ ଦିବସ ପାଳନ ହେବା ସହ ପ୍ରବେଶ ଦିବସ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ବାସନ୍ତୀ ସେଠୀ, ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସହଦେବ ସୁନା, ମୁଖ୍ୟ ବକ୍ତା କର୍ଲାମୁଣ୍ଡା ଯୁକ୍ତ ଦୁଇ ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ ଗୌର ସୁନା, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସଭାପତି ସୁଦର୍ଶନ ସାହୁ,ସମ୍ପାଦକ କାଂହ୍ନୁ ଚରଣ ସାହୁ, ଉପ ସଭାପତି ପ୍ରେମାନନ୍ଦ ସାହୁ, ଯୁଗ୍ମ ସମ୍ପାଦକ ଜାତୀନ୍ଦ୍ର ସାହୁ,ପ୍ରମୁଖ ଯୋଗ ଦେଇ ଉତ୍କଳ ଦିବସ ପାଳନ ର ଉଦେଶ୍ୟ ,ଉତ୍କଳ ର ଗର୍ବ ଗୌରବ, ଏହାର ଇତିହାସ ଓ ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରିଥିଲେ।
ଭଉଣୀ ଭାଇ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶାନ୍ତନୁ ମିଶ୍ର ଉଦେଶ୍ୟ ଜ୍ଞାପନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅଭିଭାବିକା/ଅଭିଭାବକ, ପରିଚାଳନା କମିଟିର ସଦସ୍ୟ/ସଦସ୍ୟା, ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ।