-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
01-Apr-2022
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ): ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଜୁ ଯୁବ ଜନତାଦଳ ପାଇକମାଲ ବ୍ଲକ ତରଫରୁ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଅଞ୍ଚଳର ଉଦୀୟମାନ ଯୁବନେତା ଭୋଜରାଜ ସିଂ ବରିହା , ସମ୍ମାନିତ
ଅତିଥି ଭାବେ ଓଡ଼ିଶା ମୋ ପରିବାର , ବରଗଡ଼ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର , ବିଜୁ ଯୁବ ଜନତା ଦଳ ପାଇକମାଲ ବ୍ଲକ ସଭାପତି ଗୌତମ ସିଂ, ପଦ୍ମପୁର ପୌରାଞ୍ଚଳ ର ପୂର୍ବତନ ଅଧ୍ୟକ୍ଷ ପ୍ରିତମ ମେହେର ଯୋଗଦାନ କରି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ରକ୍ତଦାନ ଶିବିରରେ ଜାମସେଠ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ, ପାଇକମାଲ ବ୍ଲକ ଉପ ସଭାପତି ଶରତ ଚନ୍ଦ୍ର ତାଣ୍ଡି , ପାଇକମାଲ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ବରିହା, ପାଇକମାଲ ବ୍ଲକ ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତଦାନ ଶିବିରରେ ସର୍ବମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଏବଂ ପରିଶେଷରେ ରକ୍ତଦାନ-ଜୀବନ ଦାନର ସ୍ଲୋଗାନ ଦେଇ ଯୁବନେତା ଶ୍ରୀ ବରିହା ଜାମସେଠ ପଞ୍ଚାୟତର ରକ୍ତଦାନ କରିଥିବା ସମସ୍ତ ଯୁବଭାଇ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ ।