-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
01-Apr-2022
କଟକ/ କ୍ରୀଡ଼ା ଭାରତୀ,ଓଡ଼ିଶା କଟକ ଜିଲ୍ଲା ଶାଖା ତରଫରୁ ଦୁଃସାହସିକ ସାଇକେଲ ଅଭିଯାତ୍ରୀ ରଘୁନାଥ ସାହୁଙ୍କୁ ଆଜି ଉତ୍କଳ ଦିବସ ଅବସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କଟକ ଚଣ୍ଡୀ ମନ୍ଦିର ମାର୍ଗରେ ଅବସ୍ଥିତ ସଂସ୍କୃତି ଭବନଠାରେ ବନମାଳୀ ବିଶୋଇଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ କ୍ରୀଡା ଭାରତୀ ରାଜ୍ୟ ସଭାପତି ଦାମୋଧର ପ୍ରଧାନୀ, ପୂର୍ବପ୍ରାନ୍ତ ସଭାପତି ଡ଼ଃ ଅଶୋକ କୁମାର ନାୟକ, ସମ୍ପାଦକ ଅମ୍ବିକା ପ୍ରସାଦ ରାୟ, ତୁଷାର କାନ୍ତ ସିଂ ପ୍ରମ୍ମୁଖ କର୍ମକର୍ତ୍ତା ଯୋଗ ଦେଇ ରଘୁନାଥ ସାହୁଙ୍କୁ ମାନପତ୍ର ଏବଂ ପୁଷ୍ପଗୁଚ୍ଛସହ ସମ୍ବର୍ଦ୍ଧିତ କରିଥିଲେ।ଉଲ୍ଲେଖ କରାଯାଇପରେ କି ପୁରୀସ୍ଥିତ ସୁରଜ ମଲ୍ଲ ଶାହା ମହାବିଦ୍ୟାଳୟର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ରଘୁନାଥ ସାହୁ ନିକଟ ଅତୀତରେ ପୁରୀଠାରୁ ସାଇକେଲ ଯୋଗେ ପ୍ରାୟ ୫୦୦ କିଲୋମିଟର ବିଶାଖାପାଟଣା ଯାଏଁ ୫ ଦିନରେ ସାଇକେଲ ଯାତ୍ରା କରି ଫେରି ଥିଲେ।ସୁଦୂର ବିଶାଖାପାଟଣା ଯାତ୍ରା ମଧ୍ୟରେ ରାସ୍ତାରେ ବିଭିନ୍ନ ସ୍ଥାନରେ ଯୋଗ, ସୂର୍ଯ୍ୟ ନମସ୍କାର ଓ ସ୍ୱାସ୍ଥ୍ୟ ରକ୍ଷା ଅନ୍ୟାନ୍ୟ ଯୋଗାସନ ସମ୍ପର୍କରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ୭୦ବର୍ଷ ବୟସରେ ସେ ଏହି ଦୁଃସାହସିକ ଯାତ୍ରା ସମାପ୍ତ କରିଛନ୍ତି।