-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
01-Apr-2022
ବଲାଙ୍ଗିର, - ଶୁକ୍ରବାର ପୂର୍ବାହ୍ନ ୧୦.୪୫ ସମୟରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି, ଜିଲ୍ଲା କ୍ରୀଡା ସଙ୍ଘ ସମ୍ପାଦକ ତଥା ବିସିସିଆଇ ସଦସ୍ୟ ହରି ନାରାୟଣ ପୁଝାରୀ ( ନରୀ) ଙ୍କ ପିତୃ ବିୟୋଗ ଘଟିଛି । ମୋହନ ପୁଝରୀଙ୍କୁ ମୃତ୍ୟୁ ସମୟରେ ୮୩ ବର୍ଷ ହେଉଥିଲା । ସ୍ବର୍ଗତ ପୁଝାରୀ ଦିର୍ଘ ୪୦ ବର୍ଷ କାଳ ପୋଲିସ ବିଭାଗରେ ରହି ଦେଶ ମାତୃକାର ସେବାକରି ୧୯୯୬ ମସିହାରେ ଡ୍ରିଲ ସବ ଇନିସ୍ପେକ୍ଟର ପଦବୀରେ ଅବସର ଗ୍ରହଣ କରିଥିଲେ । ଚାକିରୀ ପରବର୍ତ୍ତୀ ସମୟରେ ସେ ଭଗବତ ସାଧନା କରିବା ପାଇଁ ଦେଶର ସମସ୍ତ ଜ୍ୟୋର୍ତିଲିଙ୍ଗ ଓ ଧର୍ମପୀଠ ଦର୍ଶନ କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଭଗବତ ମାର୍ଗକୁ ପ୍ରେରିତ କରୁଥିଲେ । ଗତ ଫେବୃଆରୀ ୨ ତାରିଖରେ ତାଙ୍କ ଗୋଡ଼ରେ ଆଘାତ ହେବା ପରେ ସଫଳ ଅସ୍ତ୍ରୋପଚାର କରି ଘରକୁ ଫେରିଥିଲେ । ସକାଳୁ ପ୍ରାୟ ୧୦.୩୦ ସମୟରେ ହଠାତ ତାଙ୍କର ହୃଦଘାତ ହୋଇ ପ୍ରାଣ ବାୟୁ ଉଡିଯାଇଥିଲା । ତାଙ୍କର ଶେଷ ସମୟରେ ସହ ଧର୍ମିଣୀ ସୁବାଷିନୀ, ଭାଇ ଲଳିତ,
ଭାଇ ବୋହୁ ବୀଣାପାଣି, ବଡ ପୁଅ ହରି ନାରାୟଣ, ରବି ରଞ୍ଜନ, ବିଶ୍ୱ ରଞ୍ଜନ, ଝିଅ ଆନନ୍ଦିନୀ, ପୁତୁରା ସୌମ୍ୟ , ଝିଆରୀ ଦୀକ୍ଷା, ମନ୍ଦାକିନୀ, ପୁତ୍ରବଧୁ ନମ୍ରତା , ରାନୀ, ନାତି ନାତୁଣୀ ମାମୁନୁ, ରୁମୁଝୁମ ଓ ରୌନକ ଉପସ୍ଥିତ ଥିଲେ । ତେବେ ସନ୍ଧ୍ୟା ୫ ଟା ସମୟରେ ସ୍ଥାନୀୟ ବିଭୁତିପଡା ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତେଷ୍ଟି କ୍ରିୟା କରାଯିବ ନେଇ ପରିବାର ବର୍ଗ ସୂଚନା ଦେଇଛନ୍ତି ।