-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
01-Apr-2022
କର୍ଲାମୁଣ୍ଡା: (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ସୁନାମଧନ୍ୟ କଳାକାର ତଥା ଦାଶ୍ କାଠିଆ ଗୁରୁ ଇନ୍ଦ୍ରମଣି ଭୋଇ(୭୦) କିଡନୀ ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।ଦୀର୍ଘ ୫୦ ବର୍ଷ ଧରି ଜନ ସଚେତନତା ସୃଷ୍ଟି ପାଇଁ ଦାଶ୍ କାଠିଆ ଜରିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ପରିବାର କୁ ପୋଷୁ ଥିଲେ।ସେ ଜନଶିକ୍ଷା ଦାଶ୍ କାଠିଆ ପାର୍ଟି ଗଠନ କରି ରାଜ୍ୟ ତଥା ରାଜ୍ୟ ବାହାରେ ଦାଶ୍ କାଠିଆ ପରିବେଷଣ କରି ଅନେକ ପ୍ରଂଶସା ର ପାତ୍ର ହେଇଛନ୍ତି ।ତାଙ୍କ ପରିବାର ରେ ଅବିବାହିତା ଝିଅ ଓ ପତ୍ନୀ ଅଛନ୍ତି।ଧାର କରଜ ହୋଇ ଚିକିତ୍ସିତ ହେଉଥିଲେ ହେଁ ରୋଗ କମିବାର ନା ଧରୁନି। ସରକାରୀ ସହାୟତା ଭାବେ କଳାକାର ଭତ୍ତା ମାସିକ ୧୨୦୦ ଟଙ୍କା ଓ ରାସନ କାର୍ଡ ରୁ ମାସିକ ୧୫ କେଜି ଚାଉଳ ।ଏଥିରେ ୩ପ୍ରାଣୀ ଚଳିବା ଓ ଇନ୍ଦ୍ରମଣି ଙ୍କ ଔଷଧ କିଣି ଖାଇବା ସମ୍ଭପର ହେଉନ ଥିବା ଇନ୍ଦ୍ରମଣି ଭୋଇ କହିଛନ୍ତି।ଏଣୁ ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ଯୋଗାଇଦେବାକୁ ବ୍ଲକ କଳାକାର ସଙ୍ଘ ଉପ ସଭାପତି ଭାଗୀରଥି ଷଡଙ୍ଗୀ ଦାବି କରିଛନ୍ତି।