-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
01-Apr-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) : ଆଜି କଣ୍ଟାବାଞ୍ଜି ଵିଜ୍ଞାପିତ ଅଞ୍ଚଳର ନୂତନ ନିର୍ବାଚିତ ପୌରଧ୍ୟକ୍ଷ ଶ୍ରୀ ବରୀୟମ ସିଂ ସାଲୁଜାଙ୍କୁ ସିନେମା ଛକ କେ ରାଜା କମିଟି ତରଫରୁ ଗଣେଶ ମୂର୍ତ୍ତି ଏବଂ ମୁମେଣ୍ଟ ଦେଇ ସମ୍ମାନିତ କରିଥିଲେ । ନୂତନ ପୌରଧ୍ୟକ୍ଷ ହେଇଥିବାରୁ ସମସ୍ତ ସଦସ୍ୟ ଶ୍ରୀ ସାଲୁଜା ଙ୍କୁ ଅଭିନନ୍ଦନ ଜଣାଇଥିଲେ । ଶ୍ରୀ ସାଲୁଜା କହିଥିଲେ ଯେ ମୁଁ ସେନେମା ଛକ କମିଟିର ସଦସ୍ୟ ହେଇଥିବାରୁ ମୁ ଗର୍ବିତ । ଏ ବର୍ଷ ଶ୍ରୀ ଗଣେଶ ପୂଜା ବହୁତ ଭଲ ଭାବରେ କରାଯିବ । ଯାହା ବି ସହଯୋଗ ଦରକାର ମୁ ସବୁବେଳେ କମିଟି ସଙ୍ଗେ ଅଛି ବୋଲି କହିଥିଲେ। କମିଟି ର ସମସ୍ତ ସଦସ୍ୟଙ୍କୁ ଅଞ୍ଚଳର ବିକାଶ କରିବାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ସିନେମା ଛକ କମିଟିର ସଭାପତି ଶ୍ରୀ ଅରୁଣ ଆର୍ୟା, ସେକ୍ରେଟାରୀ ବଳଦେବ ଅଗ୍ରୱାଲ , ଅଗ୍ରୱାଲ ସଭା ଅଧ୍ୟକ୍ଷ ସୁରେଶ ଆର୍ୟ ଏବଂ ସମସ୍ତ କମିଟି ସଦସ୍ୟ ପପୁ ଅଗ୍ରୱାଲ, ପପୁ ଶର୍ମା,ବିନୋଦ ଜେନ, ପ୍ରବୀଣ ଆର୍ୟ, ରାଜେଶ ପଣ୍ଡିତ, ସଞ୍ଜୟ ଜେନ, କିଶୋର ଶର୍ମା,ଲଳିତ ଅଗ୍ରୱାଲ,ନବୀନ ଜିନ୍ଦଲ,ସୁନୀଲ ଅଗ୍ରୱାଲ, ଅରୁଣ ଶର୍ମା,ନରେଶ ଅଗ୍ରୱାଲ, ସୁନୀଲ ଜେନ, ମଙ୍ଗରାମ , ଟିଙ୍କୁ ସୋନି, ଜୟସ,ଗୋପାଳ ଶର୍ମା, ଶଙ୍କର ସୋନି, ଦବୁ ଜେନ, ସଞ୍ଜୟ ଗାନ୍ଧୀ, ଅନୀଲ ଅଗ୍ରୱାଲ, ନବୀନ ଜଂଗଡା, ରମେଶ ବଂସଲ, ସୁବାଷ ଅଗ୍ରୱାଲ, କମଲ ଅଗ୍ରୱାଲ , ଅଜୟ ଅଗ୍ରୱାଲ ଏବଂ ଆନଂଦ ମୋଟେ ପ୍ରମୁଖ ଉପସ୍ଥିତ ଥିଲେ ।