-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
01-Apr-2022
ପଦ୍ମପୁର:-ଆଜି ୧/୪/୨୦୨୨ ବରଗଡ ଜିଲ୍ଲା ସ୍ଥିତ ଓଡିଶା ଆଦର୍ଶ ବିଦ୍ଯାଳୟ ଫ୍ରେଜରପୁର ପାଇକମାଲ ଠାରେ ପବିତ୍ର ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ ବିଦ୍ଯାଳୟର ଅଧ୍ଯକ୍ଷା ସୁଶ୍ରୀ ଦୀପ୍ତିମୟୀ ମହାରଣା ,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନେ ଓଡିଶା ପ୍ରଦେଶ ଗଠନରେ ମୁଖ୍ଯ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ବ୍ଯକ୍ତିମାନଙ୍କୁ ପୂଜାର୍ଚ୍ଚନା ସହିତ ସାମୁହିକ 'ବନ୍ଦେ ଉତ୍କଳ ଜନନୀ' ଗାନ କରାଯାଇଥିଲା। ଓଡିଶା ପ୍ରଦେଶ ଗଠନ, ମହାପୁରୁଷଙ୍କ ଅବଦାନ ବିଷୟରେ ଆଲୋଚନା କରାଗଲା ତଥା ଓଡିଶାର ଉନ୍ନତି,ପ୍ରଗତି ପାଇଁ ନିଜର ଯୋଗଦାନ ପାଇଁ ବଦ୍ଧ ପରିକର ହେଲେ।ପରେ "ପରୀକ୍ଷା ପେ ଚର୍ଚ୍ଚା" ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ମାନେ ଅନଲାଇନ ମାଧ୍ୟମ ରେ ଅଂଶ ଗ୍ରହଣ କରିଥିଲେ ।