-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
01-Apr-2022
lଭୁବନେଶ୍ୱର:ନୂଆ ଓଡ଼ିଆ ଚଳଚିତ୍ର ‘ବାବାଜୀ କା ଠୁଲୁ' ରେ ମୁଖ୍ୟ ନାୟକ ଦେବରାଜ ଓ ନବାଗତା ନାୟିକା ସ୍ୱାତୀଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିଥିବାବେଳେ ଅମୃତ ନନ୍ଦଙ୍କୁ ମଧ୍ୟ୍ୟ ତାଙ୍କ ପରମ ପୂଜ୍ୟ ଅଭିନୟ ଜଗତର ଗୁରୁଜୀ ଶୁଭ୍ରାଂଶୁ ଙ୍କ ସହିତ ଅଭିନୟ ଦେଖିବାକୁ ମିଳିବ । ଲର୍ଡ ଜଗନ୍ନାଥ ଫିଲ୍ମସ୍ର ଏହି ସିନେମାର କାହାଣୀ ଓ ପ୍ରଯୋଜନାରେ ବାବୁ ସିଂ ରହିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ରଞ୍ଜନ ମିଶ୍ର । ସଂଳାପ ଲେଖିଛନ୍ତି ବିଜୟ ରାଉଳ । ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ, ମୋହିତ ଚକ୍ରବର୍ତ୍ତୀ ଏବଂ ଓମ୍କାର । ଗୀତ ଗାଇଛନ୍ତି ବିଭୁକିଶୋର, ସୌରଭ ନାୟକ, ଅସୀମା ପଣ୍ଡା, ପ୍ରୀତିନନ୍ଦା ରାଉତ, ଇତିଶ୍ରୀ, ଶକ୍ତି ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା
ଦେଇଛନ୍ତି ବୁବୁ-ସୌରଭ। ଯଦି ସମାଜରେ ପୁରୁଷମାନେ ନାରୀ ଏବଂ ନାରୀମାନେ ପୁରୁଷ ହୋଇଯାଆନ୍ତି ତାହାଲେ କ'ଣ ସବୁ ଘଟିପାରେ। ଏହାକୁ ନେଇ ଏ ଚଳଚିତ୍ରର କାହାଣୀ ଗତିଶୀଳ ହୋଇଛି। ସମ୍ପୂର୍ଣ ପାରିବାରିକ ଚଳଚିତ୍ର ଭଳି ଫୁଲ୍ କମେଡି, ଡ୍ରାମା, ଟ୍ରଜେଡି ଏବଂ ରୋମାନ୍ସରେ ଭରପୂର ରହିଛି ଏହି ଚଳଚିତ୍ରଟି। ନାୟକ ଦେବରାଜ ଓ ନାୟିକା ସ୍ଵାତୀ ଙ୍କ ବ୍ୟତୀତ ବିଭିନ୍ନ ଭୂମିକାରେ ଶୁଭ୍ରାଂଶୁ, ମିହିର ଦାସ, ପୁଷ୍ପା ପଣ୍ଡା, ଉଷସୀ ମିଶ୍ର, ଜୀବନ ପଣ୍ଡା, ପ୍ରଜ୍ଞା, ଦେବୁ ବ୍ରହ୍ମା, ସଲିଲ ମିତ୍ର, ଦେବୀ ବାରିକ,ଅମୃତ ନନ୍ଦ ପ୍ରମୁଖ ଅଭିନୟ କରିଛନ୍ତି ।
(ଅମୃତ ନନ୍ଦ ଙ୍କ ରିପୋର୍ଟ)