-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
01-Apr-2022
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲ ଅଫିସ୍ ର ସେକ୍ସନ ଅଫିସର ଶ୍ରୀ କିଶୋରଚନ୍ଦ୍ର ଖର୍ସେଲଙ୍କୁ ଭିଜିଲାନ୍ସ ଗିରଫ କରିଛି l ତାଙ୍କ ଠାରୁ ନଗଦ ୩୫ ହଜାର ଟଙ୍କା ଭିଜିଲାନ୍ସ ଜବତ୍ କରିଛି l ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ବିନ୍ଧପାଳି ଗ୍ରାମର ଶ୍ରୀ କୃଷ୍ଣ ସାହୁଙ୍କ ଠାରୁ ସେ ଟଙ୍କା ନେଇଥିଲେ l ଏକ ବାଲି ବୋଝେଇ ଟ୍ରାକଟର କୁ ଜବତ୍ କରିଥିଲେ l ଶ୍ରୀ ସାହୁ ତାଙ୍କର ଏକ କୁକୁଡ଼ା ଫାର୍ମ ପାଇଁ ବାଲି ନେଉଥିବା ବେଳେ ବାଲି ବୋଝେଇ ଗାଡ଼ିକୁ ଛାଡ଼ିବାକୁ ୧ ଲକ୍ଷ ୧୫ ହଜାର ଟଙ୍କା ଦେବାକୁ କହିଥିଲେ।ପରେ ତାହା ୩୫ ହଜାର ଟଙ୍କାରେ ମୂଲଚାଲ ହୋଇଥିଲା l ଏହାପରେ ଶ୍ରୀ କୃଷ୍ଣ ସାହୁ ଭିଜିଲାନ୍ସ ଅଫିସକୁ ଯାଇ ଜଣାଇଥିଲେ l ଭିଜିଲାନ୍ସ ବିଭାଗର ଅନୁମତି ପାଇ ରଙ୍ଗବୋଲା ଟଙ୍କା ଦେବା ସମୟରେ ଶ୍ରୀ ଖରସେଲଙ୍କୁ ଗିରଫ କରାଯାଇଥିଲା l ବଲାଙ୍ଗୀର ଭିଜିଲାନ୍ସ ବିଭାଗର DSP ଶ୍ରୀ ପାଉଳସ୍ତି ଛତ୍ରିଆଙ୍କ ନେତୃତ୍ବରେ ଏକ ଚାରି ଜଣିଆ ଟିମ୍ ଆସି ତାଙ୍କୁ ଗିରଫ କରି ନେଇଥିଲେ l ପରେ ପରେ ବଲାଙ୍ଗୀରରେ ଥିବା ତାଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଥିଲେ ଭିଜିଲାନ୍ସ ଦଳ l