-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
31-Mar-2022
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) ଆଜି ଓଡିଶା ଆଦର୍ଶ ବିଦ୍ଯାଳୟ ଫ୍ରେଜରପୁର, ପାଇକମାଲରେ ଅଭିଭାବକ ଶିକ୍ଷକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଦ୍ଯାଳୟର ଅଧ୍ଯକ୍ଷା ସୁଶ୍ରୀ ଦୀପ୍ତିମୟୀ ମହାରଣା ସଭାପତିତ୍ବ କରିଥିଲେ। ଏହି ସଭାରେ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ସକାଶେ ଶିକ୍ଷାର ମାନବୃଦ୍ଧି ପାଇଁ ବିଭିନ୍ନ ଆଲୋଚନା କରା ଯାଇଥିଲା। ଶିକ୍ଷାବର୍ଷ ୨୦୨୧-୨୦୨୨ର ବାର୍ଷିକ ପରୀକ୍ଷାର ଫଳାଫଳ ଘୋଷଣା କରାଗଲା। ଆସନ୍ତା ଶିକ୍ଷାବର୍ଷ ପାଇଁ ଯୋଜନା ପ୍ରସ୍ତୁତି, କରୋନା ସୁରକ୍ଷା, 5T କାର୍ଯ୍ୟ ଅଗ୍ରସରତା, ବିଦ୍ଯାଳୟର ଅନ୍ଯାନ୍ଯ ସମସ୍ଯା ଓ ତାର ସମାଧାନ ସକାଶେ ଆଲୋଚନା କରାଗଲା। ଏହି ସଭାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଯୋଗ ଦେଇ ତାଙ୍କର ସୁଚିନ୍ତିତ ମତ ପ୍ରଦାନ କରିଥିଲେ। ପରିଶେଷରେ ତରୁଣ କୁମାର ଦାସ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।