-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
31-Mar-2022
ରେଢ଼ାଖୋଲ (ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁନୀତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟନ ହୋଇଯାଇଛି। ଏହି ତାଲିମ ଶିବିର ମାର୍ଚ୍ଚ ୨୮ ରୁ ଆରମ୍ଭ ହୋଇ ଏପ୍ରିଲ ୬ ତାରିଖରେ ସମାପ୍ତ ହେବ। ଏହି ଉଦଘାଟନୀ ଉତ୍ସବରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମର ଉପାଦେୟତା ବୁଝାଇଥିଲେ। ଶିବିରର
ତାଲିମ ପ୍ରୋଗ୍ରାମ ଅଫିସର ମମତା ବିଶ୍ଵାଳ ସ୍ଵାଗତ ଭାଷଣ ଦେଇଥିଲେ। ମୁଖ୍ୟବକ୍ତା ପୁଷ୍ପାଞ୍ଜଳି ସାମନ୍ତରାଏ ଆତ୍ମ ସୁରକ୍ଷା ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। ସମ୍ବଲପୁର ଳରୁ ଆସିଥିବା ଆତ୍ମ ସୁରକ୍ଷା ତାଲିମ ପ୍ରଶିକ୍ଷିକା ରାଧାରାଣୀ ପଣ୍ଡା ଓ ଶୁଭଲକ୍ଷ୍ମି ପଣ୍ଡା ଆନୁଷ୍ଠାନିକ ଭାବେ ସୁରକ୍ଷା ଶିବିର ଆରମ୍ଭ କରିଥିଲେ।ଏହି ଶିବିରରେ ବରିଷ୍ଟ ଅଧ୍ୟାପିକା ଡ. ମିନତୀ ଷଡଙ୍ଗୀ, କଳ୍ପନା ପ୍ରଧାନ, ସସ୍ମିତା ଧଳ, ବାସନ୍ତୀ ଭୋଇ, ଅନିତା ପ୍ରଧାନ, ବବିତା ପ୍ରଧାନ, ଶୀତଳ ପ୍ରଧାନ ଓ ଅଧ୍ୟାପକ ପ୍ରହଲ୍ଲାଦ ଦେହୁରୀ ଏବଂ ଅନୁଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।