-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Mar-2022
ସାଲେଭଟା(ପ୍ରେରଣା ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଞ୍ଜ ବନବିଭାଗ ତରଫରୁ କରାଯାଇଥିବା ବଂଟନ ପାଇଁ ଚାରା ଉତ୍ପାଦନ କରାଯାଇଥିବା ବେଳେ ବନବିଭାଗର କର୍ମଚାରୀଙ୍କ ଲାଭଖୋର ମନୋଭାବ ଯୋଗୁଁ ୧୦ହଜାର ଚାରା ପଡିରହିଥିବା ଅଭିଯୋଗ ହୋଇଛି । ଗତ ୨୦୨୧/୨୨ ଆର୍ଥିକ ବର୍ଷରେ ଲୋଇସିଂହା ରେଞ୍ଜ ଆଗଲପୁର (ଡୁଡୁକା) ବ୍ଳକ ପଟୁଆପଲି ଗ୍ରା.ପ ନାମରେ ବକଟି ଗ୍ରାମ ପଂଚାୟତ ବଂଙ୍ଗାବାହାଲ ଗ୍ରାମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟର କୋର୍ଡ ନଂ-୨୪୦୯୦୧୨/ଡିପି/୧୦୪୭୮୮୮୮ ରେ ୧୦ହଜାର ଚାରା ବଂଟନ ପାଇଁ ଚାରା ଉତ୍ପାଦନ କରାଯାଇଥିଲା । ଏଥିପାଇ ସରକାରଙ୍କ ତରଫରୁ ୧ଲକ୍ଷ ୧୩ ହଜାର ୮ଶହ ୪୪ ଟଙ୍କ ଖର୍ଚ୍ଚ କରାଯାଇଥିବା ଏଥିପାଇଁ ଲାଗିଥିବା ସୂଚନାଫଳକରେ ଦର୍ଶାଯାଇଛି । ବିଗତ ଏକ ବର୍ଷ ହେଲା ଉକ୍ତ ଚାରା ପଡ଼ିରହିଥିଲେ ହେଁ କାହାକୁ ବଂଟନ କରାଯାଇପାରିନାହିଁ । ଏହାର ଆନୁସାଙ୍ଗିକ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ କିମ୍ବା ଏଥିରେ ଲାଗିଥିବା ଶ୍ରମିକ ମାନେ ନିଜର ପାଉଣା ପାଇ ପରିନାହାନ୍ତି । ଏପରି ଅନେକ ଭୁତ ପ୍ରକଳ୍ପ କରାଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି । ବନବିଭାଗ ଓ କର୍ମଚାରୀଙ୍କ ପାଉଣାଝଗଡା ଯୋଗୁଁ ବଂଙ୍ଗାବାହାଲରେ ରହିଥିବା ଚାରା ବଂଟନ କରାଯାଇପାରି ନଥିବା କୁହାଯାଇଛି । ଏଥିପ୍ରତି ବନବିଭାଗ ନିରବ ରହିଥିବା ଅଭିଯୋଗ ହୋଇଛି ।
ବନବିଭାଗ କର୍ମଚାରୀ ମାନେ କାଦୁଅଫିଙ୍ଗା ନୀତି କରି ନିଜର ଦୋଷ ଖସାଇବାକୁ ଉଦ୍ୟମ କରୁଛନ୍ତି l ଏ ପ୍ରକଳ୍ପ ପାଇଁ ଲାଗାଇଥିବା ଚାରା ରକ୍ଷଣାବେକ୍ଷଣ ଅଭାବରୁ ମରିବାକୁ ବସିଲାଣି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଏଥିନେଇ ତଦାରଖ କ଼ରୁଥିବା ଯୋଗେଶ୍ୱର କଲତା ବାରମ୍ବାର ବନବିଭାକୁ ଅଭିଯୋଗ କରିଥିଲେ ହେଁ ଏପର୍ଯ୍ୟନ୍ତ କୈଣସି ବିହିତ ପଦକ୍ଷେପ ଗ୍ରହଣ କରାଯାଇପାରିନାହିଁ । ବନବିଭାଗ ଡିଏଫଓ ବଲାଙ୍ଗିରା ଓ ଲୋଇସିଂହା ରେଞ୍ଜରଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ଏ ସଂପର୍କରେ ଲୋଇସିଂହା ଫରେଷ୍ଟର ଥଣ ଧରୁଆଙ୍କୁ ପଚାରିବାରୁ ଏହାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି । ଲୋଇସିଂହା ରେଞ୍ଜରଙ୍କ ଦୃଷ୍ଟିଆକର୍ଷଣ କରିବାରୁ ତଦାରଖ କ଼ରୁଥିବା ଯୋଗେଶ୍ୱର କଲତ ତାଙ୍କୁ ଭେଟିଥିବା ପ୍ରକାଶ କରିଥିବାବଳେ ସେ କିଛିଦିନ ତଳେ କାର୍ଯ୍ୟରେ ଯୋଗଦାନ କରିଥିବାରୁ ଏ ସଂପର୍କରେ ଜାଣିନାହାନ୍ତି ବୋଲି ସୂଚନା ଦେଇ ଏହାର ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି । ଏ ସଂପର୍କରେ ତଦାରଖ କ଼ରୁଥିବା ଯୋଗେଶ୍ୱର କଲତା ଏହି ପ୍ରକଳ୍ପର ପାଉଣା ପାଉନଥିବାରୁ ନିଜ କବଜାରେ ରଖି ଏହାର ରକ୍ଷବେକ୍ଷଣ କରୁଥିବା ଦାବି କରୁଛନ୍ତି । ବନବିଭାଗ ଠାରୁ ତାଙ୍କର ପ୍ରକଳ୍ପଖର୍ଚ୍ଚ ନପାଇବା ପର୍ଯ୍ୟନ୍ତ ବନବିଭାଗକୁ ଚାରା ହସ୍ତାନ୍ତର କରିବେ ନାହିଁ ବୋଲି ରୋକଠୋକ କହି ଦେଇଛିନ୍ତି ।