-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
27-Mar-2022
ବଲାଙ୍ଗୀର/ମୁରିବାହାଲ,(ପ୍ରେରଣା ଖବର ବ୍ୟୁରୋ) ବଲାଙ୍ଗୀର ଜିଲ୍ଲା ମୂରିବାହାହାଲ ଥାନା ଅନ୍ତର୍ଗତ ଖଇରମାଲ ଗ୍ରାମରେ ମରଣାନ୍ତକ ଆକ୍ରମଣର ଶିକାର ହୋଇ ଛଅ ଜଣ ଗୁରୁତର ଆହତ ହୋଇଥିବା ନେଇ ତୀବ୍ର ଉତେଜନା ସୃଷ୍ଟି ହୋଇଛି । ସୂଚନାଅନୁଯାୟୀ ଯେ, ଗତକାଲି ଅପରାହ୍ନ ପ୍ରାୟ ୫ ଘଣ୍ଟା ସମୟରେ ଖଇରମାଲ ଗ୍ରାମରେ ବିଦ୍ୟୁତ ସଂଯୋଗ ତଥା ପୂର୍ବରୁ ଶତ୍ରୁତା ଥିବା ନେଇ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଉକ୍ତ ଆକ୍ରମଣରେ ଶିକାର ହୋଇ ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଟିଟିଲାଗଡ଼ ସବଡିଭିଜନାଲ ସରକାରୀ ଡାକ୍ତରଖାନାରେ ଗ୍ରାମବାସୀ ପହଞ୍ଚିଥିଲେ । ଆକ୍ରମଣର ଶିକାର ଉକ୍ତ ୬ ଜଣ ଗୁରୁତର ଆହତଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ବେଳେ କାର୍ଯ୍ୟରତ ଔଷଧ ବିଶେଷଜ୍ଞ ଡ଼ଃ ହେମନ୍ତ ମେହେର ପ୍ରାରମ୍ଭିକ ଚିକିତ୍ସା କରି ତାଙ୍କୁ ବଲାଙ୍ଗୀର ମ୍ୟାଡ଼ିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି ।
ପ୍ରକାଶ ଯେ,ଉକ୍ତ ଗ୍ରାମରେ ଗତକାଲି ବିଦ୍ୟୁତ ସଂଯୋଗ କାର୍ଯ୍ୟ ଚାଲିଥିବା ଓ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଟ୍ରାନ୍ସଫର୍ମର ବସେଇବା ନେଇ ବାଦବିବାଦ ସୃଷ୍ଟି ହୋଇଥିଲା । ସେହିପରି ପୂର୍ବଶତ୍ରୁତା କୁ କେନ୍ଦ୍ର କରି ଦଳଗତ ଭାବେ ଟାଙ୍ଗିଆ ତଥା ବିଭିନ୍ନ ମାରଣାସ୍ତ୍ର ନେଇ ଉକ୍ତ ଗ୍ରାମରଚମ୍ପା ହାତୀ(ବ-୧୬),ସଙ୍ଗୀତ ହାତୀ,(୩୪),ବଙ୍ଗାଳୀ ହାତୀ,(୪୫),ଗୋପୀନାଥ ବାଗ,(୪୨),ଵିଜୟ ଆଡଜୁଏଟ,(୨୩),ହେମରାଜ ହାତୀ(୨୧), ୬ ଜଣଙ୍କୁ ଦଳଗତ ଭାବେ ଆକ୍ରମଣ କରିବା ଅଭିଯୋଗ ହୋଇଛି । ଏହି ଆହାତଙ୍କୁ ଗୁରୁତର ଅବସ୍ଥାରେ ରକ୍ତଜୁଡୁବୁଡୁ ହୋଇ ଗ୍ରାମ ଦାଣ୍ଡରେ ପଡିଥିବା ବେଳେ ପରେ ତାଙ୍କୁ ଗ୍ରାମବାସୀ ଟିଟିଲାଗଡ଼ ଡାକ୍ତର ଖାନା ରେ ଆଣି ଭର୍ତ୍ତି କରେଇଥିବା ବେଳେ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଥିବା ଓ ପ୍ରଚୁର ରକ୍ତସ୍ରାବ ହେଉଥିବା ଜଣାପଡ଼ିଥିଲା । ଉକ୍ତ ଗ୍ରାମର ଦୁଲମଣୀ ହାତୀ,କେଶର ହାତୀ,ଅନ୍ତଃ ହାତୀ,ପୀତବାସ ହାତୀ,ରାମକର ହାତୀ, ରୁଦ୍ର।କ୍ଷ ହାତୀ, ହେମସାଗାର ହାତୀ, ଭୀମ ଲୋଚନ, ଗୋବିନ୍ଦ ହାତୀ, ପରମେଶ୍ବର ହାତୀ ପ୍ରମୁଖ ଗାଁ ଦାଣ୍ଡରେ ଥିବା ବେଳେ ହଠାତ ପୂର୍ବରୁ ଯୋଜନାବଦ୍ଧ ଭାବେ ଏହି ସମସ୍ତ ବ୍ୟକ୍ତି ଟାଙ୍ଗିଆ ଓ ବିଭିନ୍ନ ପ୍ରକାର ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣର ଶିକାର ହୋଇଥିବା ୬ ଜଣ ଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଓ ପ୍ରଚୁର ରକ୍ତ ସ୍ରାବ ହୋଇଥିବା ଯୋଗୁଁ ସ୍ଥିତି ଗମ୍ଭୀର ରହିଛି । ଏ ନେଇ ମୁରିବାହାଲ ପୋଲିସକୁ ତୁରନ୍ତ ସୂଚନା ଦେଇଥିଲେ ସୁଦ୍ଧା ପୋଲିସ ଜାଣିଶୁଣି ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ଗ୍ରାମରେ ଉତେଜନା ସୃଷ୍ଟି ହୋଇଛି ।