-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Mar-2022
ବଲାଙ୍ଗିର: (ପ୍ରେରଣା ଖବର) ସ୍ଥାନୀୟ ବଲାଙ୍ଗିର ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ କେମ୍ପୋରୀ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କେମ୍ପୋରୀକୁ ଉଦଘାଟନ କରିଥିଲେ । ଏଡିଇଓ କେଶବ ମେହେର, ବିଇଓ ବଲାଙ୍ଗିର ରାଘବ ପାଣିଗ୍ରାହୀ ଓ ସଇଁନ୍ତଳା ବିଇଓ ଗୋବର୍ଦ୍ଧନ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ ର ସମ୍ପାଦକ ଜ୍ୟୋତିପ୍ରସାଦ ପରିଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲ୍ଲା ଅର୍ଗାନାଇଜିଂ କମିଶନର ସ୍କାଉଟ ନିଳାଞ୍ଚଳ ଚିରଗୁନ କେମ୍ପୋରୀ ରିପୋର୍ଟ ପଠନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଣା ନିଜ ବକ୍ତବ୍ୟରେ ଏହି ସଂସ୍ଥା ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ,ଦେଶପ୍ରେମୀ,ସମାଜସେବୀ ତଥା ସ୍ୱୟଂ ସଂପୂର୍ଣ୍ଣ
ଭାବେ ଗଢ଼ି ତୋଳୁଛି ବୋଲି କହିବା ସହ ସ୍କାଉଟ ର ମହତ୍ତ୍ୱ ଓ ଉପାଦେୟତା ସଂପର୍କରେ ବର୍ଣ୍ଣନା କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ନିଜ ବକ୍ତବ୍ୟରେ ସ୍କାଉଟ ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସେବା,ତ୍ୟାଗ ତଥା ନିଷ୍ଠାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ବୋଲି କହିବା ସହ ପିଲାମାନେ ଏକାଠି ରହି ପରସ୍ପର କୁ ଚିହ୍ନି ବନ୍ଧୁଭାବ ସୃଷ୍ଟି କରନ୍ତୁ ବୋଲି କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ମିଶ୍ର ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଜିଲ୍ଲା ଅର୍ଗାନାଇଜିଂ କମିଶନର ଗାଇଡ କସ୍ତୁରୀ ରଥ । ୩ ଦିନ ଧରି ହେବାକୁ ଥିବା ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ସ୍କାଉଟ ୧୭୫, ଗାଇଡ ୧୩୦,ସ୍କାଉଟ ମାଷ୍ଟର ୨୨, ଗାଇଡ କ୍ୟାପଟେନ ୧୭, ବ୍ଲକ ସଂଯୋଜକ ୧୪, ସାଧନକର୍ମୀ ୭ ଓ ଅଫିସିଆଲ ୮ଜଣ ଯୋଗଦେଇଛନ୍ତି । ପର୍ଯ୍ୟବେକ୍ଷକ ଭାବେ ପ୍ରଧାନ ଶିକ୍ଷକ ନିଳମଣୀ ପଟେଲ, ନରେନ୍ଦ୍ର ମିଶ୍ର, ସନ୍ତୋଷିନୀ ସେଠୀ, ସିନୁ ସୁନ୍ଦର ପାଢୀ ଓ କିଶୋର ହନୁମାନ ଯୋଗଦେଇଛନ୍ତି ।