-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ରାଜ୍ୟ

ଆଜି ମନେ ପଡନ୍ତି ବାଲ ଠାକରେ

17-Nov-2020



ସାମ୍ବାଦିକ, ବ୍ୟଙ୍ଗ-ଚିତ୍ରକର ବା କାର୍ଟୁନିସ୍‌ଟ ଓ ରାଜନୈତିକ ସକ୍ରିୟତାବାଦୀ ବାଲ କେଶବ ଠାକରେ(ଜନ୍ମ: ୨୩ ଜାନୁଆରି ୧୯୨୬; ମୃତ୍ୟୁ: ୧୭ ନଭେମ୍ବର୍‌ ୨୦୧୨), ‘ହିନ୍ଦୁ ହୃଦୟ ସମ୍ରାଟ୍‌’, ବାଲ ଠାକରେ ତଥା ବାଲାସାହେବ ଠାକରେ ଭାବେ ଜଣାଶୁଣା। ମହାରାଷ୍ଟ୍ରରେ ବିଶେଷ ଭାବେ ସକ୍ରିୟ ଦକ୍ଷିଣପନ୍ଥୀ, ମରାଠୀ-ସମର୍ଥକ ରାଜନୈତିକ ଦଳ ‘ଶିବ ସେନା’ର ସେ ପ୍ରତିଷ୍ଠାତା। ବମ୍ବେରୁ ପ୍ରକାଶିତ ଦୈନିକ ଇଂଲିସ୍‌ ଖବରକାଗଜ ‘ଦ ଫ୍ରି ପ୍ରେସ୍‌ ଜର୍ନାଲ୍‌’ର ବ୍ୟଙ୍ଗ-ଚିତ୍ରକର ଭାବେ ତାଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା। ତେବେ, ୧୯୬୦ରେ ସେ ଚାକିରି ଛାଡ଼ି ନିଜର ସାପ୍ତାହିକ ରାଜନୈତିକ ପତ୍ରିକା ‘ମାର୍ମିକ’ର ପ୍ରକାଶନ ଆରମ୍ଭ କରିଥିଲେ। ତାଙ୍କ ପିତା କେଶବ ସୀତାରାମ ଠାକରେ ‘ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନ’(ଭାଷା ଭିତ୍ତିରେ ମହାରାଷ୍ଟ୍ର ଗଠନ ପାଇଁ ହୋଇଥିବା ଆନ୍ଦୋଳନ)ର ମୁଖ୍ୟ ନେତାଙ୍କ ମଧ୍ୟରେ ଅନ୍ୟତମ ଥିଲେ। ବାଲ ଠାକରେ, ପିତାଙ୍କ ରାଜନୈତିକ ଆଦର୍ଶ ଦ୍ବାରା ପ୍ରଭାବିତ ଥିଲେ। ସେ ମଧ୍ୟ ବମ୍ବେରେ ଅଣ-ମରାଠାଙ୍କ କ୍ରମବର୍ଦ୍ଧିଷ୍ଣୁ ପ୍ରଭାବକୁ ନିଜ ପତ୍ରିକା ମାଧ୍ୟମରେ ଆକ୍ରମଣ କରିଥିଲେ। ୧୯୬୬ରେ ‘ଶିବ ସେନା’ ପ୍ରତିଷ୍ଠା କରିଥି‌ଲେ। ଏହି ଦଳର ସାଂଗଠନିକ କାର୍ଯ୍ୟ ବମ୍ବେରୁ ଆରମ୍ଭ ହୋଇ କ୍ରମଶଃ ସାରା ମହାରାଷ୍ଟ୍ରକୁ ବ୍ୟାପିଥିଲା। ଦଳରେ ତାଙ୍କର ଅଖଣ୍ଡ ପ୍ରଭାବ ଥିଲା। ରାଜ୍ୟର ଅନ୍ୟ ଦଳଗୁଡ଼ିକ ସହ ଅସ୍ଥାୟୀ ମେଣ୍ଟ କରି ସେ ‘ଶିବ ସେନା’କୁ ମଜଭୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଦଳର ପ୍ରଚାର ପାଇଁ ମରାଠୀ ଭାଷାରେ ‘ସାମନା’ ଖବରକାଗଜର ପ୍ରକାଶନ ଆରମ୍ଭ କରିଥିଲେ। ୧୯୯୨-୯୩ର ସାଂପ୍ରଦାୟିକ ଦଙ୍ଗା ବେଳେ ମୁସଲମାନମାନଙ୍କ ବିରୋଧରେ ହିଂସାକୁ ସେ ଉସକାଇ ଚର୍ଚ୍ଚାକୁ ଆସିଥିଲେ। ତାହା ପରେ ‘ଶିବ ସେନା’ ହିନ୍ଦୁତ୍ବବାଦୀ ଦଳରେ ପରିଣତ ହୋଇଥିଲା। ୧୯୯୯ରେ ଭାରତର ‘ନିର୍ବାଚନ ଆୟୋଗ’ ଛଅ ବର୍ଷ ପାଇଁ ଠାକରେଙ୍କ ମତଦାନ ଅଧିକାର ଉପରେ ନିଷେଧାଦେଶ ଜାରି କରିଥିଲେ। ସେ, ହିଟ୍‌ଲର୍‌ ଓ ବିନାୟକ ଦାମୋଦର ସାୱରକରଙ୍କର ପ୍ରଶଂସକ ଥିଲେ। ଜାତି ଭିତ୍ତିକ ସମସ୍ତ ପ୍ରକାରର ସଂରକ୍ଷଣକୁ ବିରୋଧ କରୁଥିଲେ। ପରଲୋକ ପର୍ଯ୍ୟନ୍ତ ସେ ‘ମାର୍ମିକ’ ଓ ‘ସାମନା’ ସହ ସଂପୃକ୍ତ ଥିଲେ। ପ୍ରତି ବର୍ଷ ଶିବଜୀ ପାର୍କ‌୍ରେ ଥରେ ଭାଷଣ ଦେଉଥିବେ। ତାହା ଶୁଣିବା ପାଇଁ ଲୋକେ ସ୍ବତଃସ୍ଫୂର୍ତ୍ତ ଭାବେ ବହୁ ସଂଖ୍ୟାରେ ଆସୁଥିଲେ। ଲେଖକ ସଲମାନ ରସଦୀ ନିଜର ଉପନ୍ୟାସ ‘ଦ ମୁର୍‌ସ ଲାସ୍‌ଟ ସାଇ’ରେ ‘ରମନ ଫିଲ୍‌ଡିଂ’ ନାମକ ଚରିତ୍ର ମାଧ୍ୟମରେ ଠାକରେଙ୍କୁ ବ୍ୟଙ୍ଗ କରିଛନ୍ତି। ରାମ ଗୋପାଲ ବର୍ମା, ତାଙ୍କୁ ଦୃଷ୍ଟିରେ ରଖି ‘ସରକାର’ ଫିଲ୍ମ ବନାଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like