-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
15-Mar-2022
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ତ୍ରିବଣପୁର ଗ୍ରାମର ଆର ଆଇ ଅଫିସ ନିକଟରେ ମଙ୍ଗଳବାର ସଂଧ୍ୟା ୬ଟା ବେଳେ ଏକ ବାଇକ ଦୁର୍ଘଟଣା ଘଟିଛି। ଏହି ବାଇକ ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ବଡ଼ ବରଡ଼ାକଟା ଗ୍ରାମର ସର୍ବେଶ୍ୱର ମୁଣ୍ଡା (୩୨)। ସର୍ବେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଆଣି ଥିଲେ ।ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ଜଣକ ଖଣ୍ଡାମ ଗ୍ରାମରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ତ୍ରିବଣପୁର ଆରଆଇ ଅଫିସ ନିକଟ ବୁଲାଣିରେ ବାଇକ ଦୁର୍ଘଟଣା ହୋଇଥିଲା।