-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
15-Mar-2022
ବଲାଙ୍ଗିର (ପ୍ରେରଣା ଖବର) : ବଲାଙ୍ଗିର ଜିଲା ପୂର୍ବତନ ଦୈନିକ ସଂଘ ର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ଓଡିଶା ଭେଟେରାନ୍ ସୋଲଜରସ୍ ଏସୋସିଏଶନର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି l ଭୁବନେଶ୍ବର ସ୍ଥିତ ଘଡି କିଆ ଦୁର୍ଗାମଣ୍ଡପ ଠାରେ ଅନୁଷ୍ଠିତ ପୂର୍ବତନ ସୈନିକ ମାନଙ୍କ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟସ୍ତରୀୟ ନେତୃତ୍ୱ ପାଇଁ ଶ୍ରୀ ରଥ ଙ୍କୁ ଏହି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ପ୍ରଦାନ କରାଯାଇଛି l କାର୍ଯ୍ୟକାରୀ କମିଟି ର ସଭ୍ୟ ଭାବରେ ପୂର୍ବତନ ଦୈନିକ ସଂଘ ର ବଲାଙ୍ଗିର ଜିଲା ସହସମ୍ପାଦକ କୃଷ୍ଣଚନ୍ଦ୍ର ପରମଗୁରୁ, ସମ୍ବଲପୁର ସଦସ୍ୟ ଶିବ ନାରାୟଣ ବେହେରା, ଜୟକୃଷ୍ଣ ପଟେଲ, ବୌଦ୍ଧ ସଦସ୍ୟ ଲଳିତ ମୋହନ ସାହୁ, ଭବାନିପାଟଣାର ଜେକେ ସାହୁ ମନୋନୀତ ହୋଇଛନ୍ତି l
ରାଜ୍ୟ ର ବିଭିନ୍ନ ପ୍ରାନ୍ତରେ ଥିବା ପୂର୍ବତନ ଦୈନିକ ତଥା ସେମାନଙ୍କ ପରିବାର ସଦସ୍ୟ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ଲଢେଇ କରିବେ ବୋଲି ଶ୍ରୀ ରଥ ପ୍ରତିଶ୍ରୁତି ଦେଇଛନ୍ତି l