-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜରେ ୪ଦିନ ଧରି ଚାଲିଥିବା ପଶ୍ଚିମ ଓଡ଼ିଶା ଜୋନାଲ ସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ଶନିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଅର୍ଥନୀତି ଅଧ୍ୟାପକ ବିଶ୍ୱନାଥ ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କଲେଜ ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ନାୟକ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ,ସମ୍ମାନିତ ଅତିଥି ଭାବେ ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ,ବରିଷ୍ଠ ଅଧ୍ୟାପକ ରୁଦ୍ର ନାରାୟଣ ଦାଶ ଯୋଗଦେଇ ରେଡକ୍ରସ ପ୍ରଶିକ୍ଷଣ ଶିବିରର ଉପକାରିତା ଉପରେ କହିଥିଲେ।ଜିଲ୍ଲା ରେଡକ୍ରସ
କୋଡିନେଟର ଉମାକାନ୍ତ ନାଗ ସଭାକୁ ସଂଯୋଜନା କରିଥିବା ବେଳେ ପୁରସ୍କାର ବିତରଣୀରେ ସହଯୋଗ ମହିଳା ରେଡକ୍ରସ କାଉନସିଲର ବିଘ୍ନେଶ୍ୱରୀ ପୁଝାରୀ ଏବଂ ଶେଷରେ ଯୁବ ରେଡକ୍ରସ କାଉନସିଲର ବିଶ୍ଵନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ୪ଦିନ ବ୍ୟାପି ଏହି ଶିବିରରେ ଯୋଗଦେଇଥିବା ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାର ୩୪ଟି କଲେଜର ୬୮ଜଣ ଛାତ୍ରଛାତ୍ରୀ ଓ ୧୨ଜଣ କାଉନସିଲରଙ୍କୁ ବିଭିନ୍ନ ଦିବସରେ ଇତିହାସ ବିଭାଗରେ ରେଡକ୍ରସର ଭୂମିକା ଉପରେ ବୌଦ୍ଧ କଲେଜର ଡ଼ଃ ପ୍ରବୀର କୁମାର ଦାଶ,ଡିଜାଷ୍ଟର ମେନେଜମେଣ୍ଟ ଉପରେ ଆଇଆରସିଏସ,ଏନଏଚକ୍ୟୁ ନୁଆଦିଲ୍ଲିର ପ୍ରଶିକ୍ଷକ ଡ଼ଃ ସତ୍ୟ ନାରାୟଣ ହୋତା,ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ସୁବର୍ଣ୍ଣପୁର ଆରଟିଓ ରବିନ ପଟ୍ଟନାୟକ,ପ୍ରାଥମିକ ଚିକିତ୍ସା ଉପରେ ସୁମନ୍ତ ଦ୍ବିବେଦୀ,ସାମାଜିକ ଗଣ ମାଧ୍ୟମର ବ୍ୟବହାର ଓ ଅପବ୍ୟବହାର ଉପରେ ଡ଼ଃ ଧୀରେନ୍ଦ୍ର କୁମାର ନାୟକ,ଏଚଆଇଭି ଏଡସ ଉପରେ ବିନିକା ମେଡିକାଲ ଅଫିସର ଡ଼ଃ ଅଂଶୁ ମାଳିନୀ ପଣ୍ଡା ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ ।ସେହିପରି ପ୍ରତି ଦିନ ସକାଳେ ସ୍ୱାସ୍ଥ୍ୟର ହିତ ପାଇଁ ପିଇଟି ନାରାୟଣ ଚୌଧୁରୀ ଓ ରାଜ୍ୟ ଯୋଗ ପ୍ରଶିକ୍ଷକ ବାଳମୁକୁନ୍ଦ ସ୍ୱାଇଁ ବିଭିନ୍ନ ପ୍ରକାରର ବ୍ୟାୟାମ ପ୍ରଶିକ୍ଷଣ ଦେଇଥିବା ବେଳେ ସନ୍ଧ୍ୟାରେ ଶିକ୍ଷଣୀୟ ବିଷୟବସ୍ତୁ ଉପରେ ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସଂଯୋଜକ ଶୁଭଙ୍କର ଯୋଶୀ,ଦଇତାରି ପୂଜାରୀ,ହରେଶ,ସୁରେନ କୁମାର ପ୍ରଧାନ,ଅଧ୍ୟାପକ ଗୋପାଳ କୃଷ୍ଣ ଦାଶ,ବାଣୀ ପ୍ରସାଦ ବିଶ୍ଵାଳ,ହରିଶ୍ଚନ୍ଦ୍ର ହୋତା, ଭଗବାନ ସାହୁ,ମାନସ ରଞ୍ଜନ ମିଶ୍ର,ଆଶୁତୋଷ ପୁରୋହିତ,ଅଧ୍ୟାପିକା ଦୀପ୍ତିରାଣୀ ସ୍ୱାଇଁ,ଜାନକୀ ସାମନି,ମିତାଳି ପ୍ରଧାନ,ସୁପ୍ରଭା
ପୂଜାରୀ,ଦିବ୍ୟାସ୍ମିତା ମହାକୁର,ପ୍ରମିତା ମିଶ୍ର,ଦିବ୍ୟାଲୋକା ମହାପାତ୍ର,ଭାରତୀ ବାବୁ,ଛାତ୍ର ଲୋକନାଥ ନାୟକ,ନିଖିଳ ପଣ୍ଡା,ସରୋଜ ସରାଫ ପ୍ରମୁଖଙ୍କ ସମେତ କଲେଜ ଷ୍ଟାଫ ପ୍ରକାଶ ଦାଶ,ସନ୍ତୋଷ ପଣ୍ଡା,ଲକ୍ଷ୍ମଣ ଝାଙ୍କର,ବିକ୍ରମ ମେହେର,ଶ୍ରୀକାନ୍ତ ମେହେର,ଲକ୍ଷ୍ମୀକାନ୍ତ ନନ୍ଦ,ମାନସ ନାୟକ,ପୀତବାସ ନେଗି,ସରୋଜ କାଣ୍ଡ,ତପସ୍ଵିନୀ ଖୁର୍ଡିଆ,ଜାନକୀ ମଲ୍ଲିକ,ଲବଣୀ ଝରିଆ ଓ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ । ଉଦଯାପନୀ ଦିବସରେ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ପର୍ଯ୍ୟଟନ ସ୍ଥଳୀ ମୁକ୍ତିତୀର୍ଥ ପାପକ୍ଷୟ ଘାଟ ପରିଦର୍ଶନ କରିଥିଲେ ।