-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2022
ନୂଆପଡ଼ା:-ଆଜିଥିଲା ସାରା ଓଡ଼ିଶାର ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ।ଏପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଳକ ୧୦ ନମ୍ବର ଜୋନର ବିଜୁ ଜନତା ଦଳ ର ସଭ୍ୟା ଡଲି ମାଝୀ ନୂଆପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଜିଲ୍ଲାରେ ବିଜେଡି ର ୧୨ଜଣ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ନିର୍ବାଚିତ ହୋଇଥିବାବେଳେ, କଂଗ୍ରେସ ଦଳରୁ ଜଣେ ଏବଂ ବିଜେପି ରୁ ଜଣେ ସଭ୍ୟ ନିର୍ବାଚିତ ହୋଇଛନ୍ତି ।ଡଲି ମାଝୀ ଆମ ସାମ୍ବାଦିକ ଙ୍କ ପ୍ରଶ୍ନ ଉତ୍ତର ରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରୟାସ ଜାରି ରଖିବି, ଲୋକ ଙ୍କ ଦୁଃଖ ସୁଖର ସାଥି ଭାବେ ଭାଗନେବି ବୋଲି ପ୍ରତିକ୍ରିୟା ଦେଇଥିଲେ । ଶ୍ରୀମତୀ ମାଝୀ ପୂର୍ବରୁ ବୋଡ଼େନ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ଭାବେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନା କରି ସାରିଛନ୍ତି ।