-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ଥିବା ପବିତ୍ର ଶ୍ରୀଶ୍ରୀ ନୃସିଂହନାଥ ପୀଠ ଠାରେ ଥିବା ସମଲେଶ୍ଵରୀ ମନ୍ଦିର ଠାରେ ଯାଦବ ସମାଜ ର ଏକ ବୈଠକ ଶ୍ରୀମାନ ଡୋଲାମଣୀ ମାହାର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପାଇକମାଳ, ଝାରବନ୍ଧ ବ୍ଳକ ର ସମସ୍ତ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ ।ଆସନ୍ତା ଚୈତ୍ର ମାସ ପୂର୍ଣ୍ଣିମାରେ ମା ସମଲେଶ୍ବରୀ ଦେବୀ ଙ୍କ ଚୈତ୍ର ପୂର୍ଣ୍ଣିମା ପୂଜା ମହୋତ୍ସବ ପାଳନ କରାଯିବାପାଇଁ ସ୍ଥିରୀକୃତ କରାଗଲା । ସୁରୁଖୁରୁରେ
ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବ ସକାଶେ ଏକ ପୂଜା କମିଟି ଗଠନ କରାଯାଇଛି । ସଭାପତି ଭାବେ ଡୋଲାମଣୀ ମାହାର, ସଂପାଦକ ବାଳକୃଷ୍ଣ ବନଛୋର ସମେତ ୨୫ ଜଣଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ।ଏହି ବୈଠକରେ ଅମଠି ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମାନ ଲକ୍ଷେଶ୍ୱର ସିଂ ଥପା ଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଆଲୋଚନା ସମୟରେ ସର୍ବଶ୍ରୀ ଅମୃତଲାଲ ବନଛୋର, ମଦନ ଜାଲ,ଟିକେଲାଲ ମାହାର, ସୁବାଷ ହଂସ, ଅର୍ଜୁନ ଅତାବର, ଉତ୍କଳ ହଂସ, ଗାନ୍ଧୀ ବାଗ, ବନମାଳୀ ଚନ୍ଦନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।ଶେଷରେ ସଂପାଦକ ବାଳକୃଷ୍ଣ ବନଛୋର ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା ।