-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
30-Sep-2020
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଟପ ହାର୍ଡଖୋର ମାଓ ନେତା ଯେମିଲି କାମେଶ ଓରଫ ହରିକୁ ଆନ୍ଧ୍ର ପୋଲିସ ଗିରଫ କରିଛି । ଗତ ୧୪ ବର୍ଷ ଧରି ମାଓ ନେତା କାମେଶ ଆନ୍ଧ୍ର ଓଡିଶା ବୋର୍ଡ଼ରେ ଜଣେ ସକ୍ରିୟ ମାଓନେତା ଭାବେ କାର୍ଯ୍ୟ କରୁଥିଲେ । ମାଲକାନଗିରି ଓ ବିଶାଖାପାଟଣା ଜିଲ୍ଲାରେ ତାଙ୍କ ନାମରେ ୧୦୦ ରୁ ଉର୍ଦ୍ଧ ମାମଲା ରହିଛି । କାମେଶଙ୍କ ନାମରେ ପୂର୍ବରୁ 4ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏହି ହାର୍ଡଖୋର ମାଓ ନେତାଙ୍କୁ ପୋଲିସ ଗିରଫ କରିବା ସମୟରେ ତାଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ୨୦ ରାଉଣ୍ଡ ଗୁଳି ସହ ବିସ୍ଫୋରକ ଓ ଅନ୍ୟାନ ମାଓ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ । ଆବଶ୍ୟକ ସ୍ଥଳେ ମାଲକାନଗିରି ପୋଲିସ ତାଙ୍କୁ ରିମାଣ୍ଡରେ ଆଣିପାରେ ବୋଲି ଜଣାପଡିଛି !