-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
30-Sep-2020
ଯାଜପୁର ୩୦।୯: ଯାଜପୁର ବିଂଝାରପୁର ଥାନା ବାଛୋଳ ପଂଚାୟତର ବେହେରା ସାହିରେ ଅଭାବନୀୟ କାଣ୍ଡ । ପୁଅର କଟୁରି ଚୋଟରେ ବୃଦ୍ଧ ବାପାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବାଇଧର ବେହେରା । ତାଙ୍କ ବୟସ ୭୨ ବର୍ଷ ।
ସୂଚନାଯୋଗ୍ୟ ଯେ, ବୁଧବାର ପୂର୍ବାହ୍ନରେ ଘରୋଇ କଳିକୁ କେନ୍ଦ୍ରକରି ବାଇଧରଙ୍କ ସାନ ପୁଅ ଗୁରୁଚରଣ ବେହେରା ନିଜ ବାପାଙ୍କୁ କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।