-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2022
ନୂଆପଡ଼ା:-ନୂଆପଡା ଜିଲ୍ଲା ଖଡିଆଳ ଗାନ୍ଧୀନଗର ଝିଅ ସ୍ଵିକୃତି କୁମାରୀ ଦିର୍ଘ ୫ ବର୍ଷ ର ପରିଶ୍ରମ ପରେ ଛତିଶଗଡ ସରକାର ତାଙ୍କୁ ଡେଣ୍ଟାଲ ଡାକ୍ତର ଭାବରେ ଡିଗ୍ରୀ ଉପାଧି ପ୍ରଦାନ କରିଛନ୍ତି,ସ୍ବୀକୃତି କୁମାରୀ ହେଉଛନ୍ତି ନିଉଜ ୧୮ ଓଡିଆ ର ଜିଲ୍ଲା ପ୍ରତିନିଧି ତଥା ବରିଷ୍ଟ ସାମ୍ବାଦିକ ବିଜୟ କୁମାର ସହିସ ଙ୍କ ବଡ ଝିଅ,ଖଡିଆଳ ପବ୍ଲିକ ସ୍କୁଲ ରେ ପ୍ରଥମ ରୁ ଦଶମ ଶ୍ରେଣୀ ରେ ଶିକ୍ଷା ଗ୍ରହଣପରେ ଯୁକ୍ତ ଦୁଇ ବିଜ୍ଞାନ ରେ ଅଧ୍ୟୟନ କରି ବିଶାଖାପାଟଣା ଆନ୍ଧ୍ରପ୍ରଦେଶ ର ଶ୍ରୀଚୈତନ୍ୟ ମହାବିଦ୍ୟାଳୟ ରେ ପାସ କରିଥିଲେ ।ଏହାପରେ ସର୍ବଭାରତୀୟ ନିଟ ପରିକ୍ଷା ରେ ଗତ ୨୦୧୬ -୧୭ ମସିହା ରେ ଭଲ ରେଙ୍କ ରଖି ଉନ୍ନିତ ହୋଇଥିଲେ । ଏହାପରେ ଛତିଶଗଡ ରାଜ୍ୟ ଦୁର୍ଗ ଜିଲ୍ଲା ର ମୈତ୍ରି କଲେଜ ଏଣ୍ଡ ଡେଣ୍ଟାଲ ରିସର୍ଚ ସେଣ୍ଟର ରେ ପାଞ୍ଚ ବର୍ଷ କଠୋର ପରିଶ୍ରମ କରି ମେଡିକାଲ ଡେଣ୍ଟାଲ ଶିକ୍ଷା ରେ ପାଠ ପଢିବା ପରେ ଡିଗ୍ରୀ ହାସଲ କରିଥିଲେ ।ଗତକାଲି ଦୁର୍ଗ ଡେଣ୍ଟାଲ କଲେଜ ଏଣ୍ଟ ରିସର୍ଚ୍ଚ ସେଣ୍ଟର ପରିସର ରେ ଏକ ନିରାଡମ୍ବର ଉତ୍ସବ ରେ ଛତିଶଗଡ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ମେମୋରିୟାଲ ହେଲଥ ସାଇନସ୍ ଏବଂ ଆୟୁଷ ୟୁନିଭରସିଟି ମେଡିକାଲ ବୋର୍ଡ ତରଫ ରୁ ତାଙ୍କୁ ଡିଗ୍ରୀ ଉପାଧି ପ୍ରଦାନ ସହ, ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା ।ଏପରିପ୍ରେକ୍ଷୀ ରେ ଛତିଶଗଡ ସରକାର ତଥା ମେଡିକାଲ ବୋର୍ଡ ର ବହୁ ମାନ୍ୟଗଣ୍ୟ ଅତିଥି ଙ୍କ ଗହଣରେ ସ୍ବୀକୃତି କୁ ସମ୍ମାନୀତ କରାଯାଇଥିଲା । ଏ ଅବସର ରେ ତାଙ୍କ ପରିବାର ଲୋକ ତଥା ବନ୍ଦୁ ବାନ୍ଧବ ସଂପର୍କିୟ ଲୋକମାନେ ବହୁ ସଂଖ୍ୟା ରେ ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିଥିଲେ ।ସ୍ବୀକୃତି,ଡିଗ୍ରୀ ଉପାଧି ଖୁସି ଖବର ଟି ଜାଣିବା ପରେ ନୂଆପଡା ଜିଲ୍ଲା ଭୁବନେଶ୍ବର ତଥା ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ର ବିଭିନ୍ନ ଶିକ୍ଷାନୁଷ୍ଟାନ ତରଫ ରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଛୁଟୁଛି ।