-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2022
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକରେ ଶ୍ରୀମତୀ ଗୀତାଞ୍ଜଳି ଦାସ ଚଳିତ ପଂଚାୟତ ନିର୍ବାଚନରେ ଆଗଲପୁର ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ବିଜୟ ଘୋଷିତ ହୋଇଛନ୍ତି l ଗୀତାଞ୍ଜଳି ଦାସ ଏଗାର ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ପ୍ରତିଦ୍ବନ୍ଦି ଶ୍ରୀମତୀ ପୁଷ୍ପାଞ୍ଜଳୀ ବେହେରା ନଅ ଖଣ୍ଡ ଭୋଟ ପାଇ ଗୀତାଞ୍ଜଳିଙ୍କ ଠାରୁ ହାରିଛନ୍ତି l ଏହି ବ୍ଲକ ଅଧ୍ୟକ୍ଷା ଭୋଟ ଗଣତି ବେଳେ ପ୍ରାର୍ଥୀଦ୍ୱୟଙ୍କ ସମର୍ଥକ ମାନଙ୍କ ଭିଡ଼ ଜମିବା ବ୍ଲକରେ ଦେଖିବାକୁ ମିଳିଥିଲା l