-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2022
ଖପ୍ରାଖୋଲ (ପ୍ରେରଣା ଖବର) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ସହଜପାଣି ପଞ୍ଚାୟତ ର ସରପଞ୍ଚ ଭବରେ ପ୍ରଫୁଲ୍ଲ କୁମାର ମାଝୀ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଗତ ୧୦ ତାରିଖ ଦିନ ଶ୍ରୀ ମାଝୀ ସହଜ ପାଣି ର ପୂର୍ବତନ ସରପଞ୍ଚ ଶ୍ରୀମତୀ ସୌଭାଗ୍ୟ ମାଝୀଙ୍କ ଠାରୁ ଏହି ଦାୟିତ୍ଵ ଗ୍ରହଣ କରିଥିଲେ l ଠିକ୍ ସେହିପରି ନାଏବ ସରପଞ୍ଚ ଭବରେ ଫୁଲକି ମୁଣ୍ଡା ର ଧନବାୟି ଶବର ଦାୟିତ୍ଵ ଗ୍ରହଣ କରିଥିଲେ l ସରପଞ୍ଚ ଦାୟିତ୍ଵ ଗ୍ରହଣ କରିବା ପରେ ଫୁଲକି ମୁଣ୍ଡା ପଞ୍ଚାୟତର ସମସ୍ତ ଗାଁ ରେ ବିଜୁଳି, ରାସ୍ତାଘାଟ ଓ ପାନୀୟ ସମସ୍ୟା ଓ ଏହାର ସମାଧାନ ଦିଗରେ କାମ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ସରପଞ୍ଚ ଶ୍ରୀ ମାଝୀ l