-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
12-Mar-2022
ନର୍ଲା (ସଞ୍ଜିବ ଦାସ)ଆଜି ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ୨୩ରେ ଉପାଧ୍ୟକ୍ଷ ନିର୍ବାଚନ। ନର୍ଲା ବ୍ଳକରେ ନବ ନିର୍ବାଚିତ ସମିତି ସଦସ୍ୟ ବ୍ଳକ ଅଧ୍ୟକ୍ଷ ନିର୍ବାଚନରେ ଭୋଟ ଦାନ କରିଥିଲେ। ବ୍ଳକ ଅଧ୍ୟକ୍ଷା ପଦ ପାଇଁ କର୍ମେ ପଂଚାୟତ ସମିତି ସଭ୍ୟ ସଭ୍ୟା ମନୋରମା ମହାନ୍ତି ଓ ମାଣ୍ଡେଲ ଗ୍ରାମପଞ୍ଚାୟତର ସମିତି ସଭ୍ୟା ସିମନ୍ତିକା ଚାନ୍ଦ ଅଧ୍ୟକ୍ଷା ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଉକ୍ତ ନିର୍ବାଚନରେ ମନୋରମା ମହାନ୍ତି ୧୮ଟି ଭୋଟ ପାଇ ପୁଣି ଥରେ ଅଧ୍ୟକ୍ଷା ପଦ ଅକ୍ତିଆର କରିବାରେ ସକ୍ଷମ ହୋଇଥିବା ବେଳେ ସିମନ୍ତିକା ଚାନ୍ଦ ୮ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି। ନର୍ଲା ବ୍ଳକରେ ମନୋରମା ମହାନ୍ତି ଦ୍ଵିତୀୟ ଥର ପାଇଁ ଅଧ୍ୟକ୍ଷା ପଦରେ ନିର୍ବାଚିତ ହୋଇଥିବା ବେଳେ ଏଠାରେ ବିଜେଡ଼ିର ଶଙ୍ଖନାଦ ହୋଇଥିବା ଜଣାଯାଏ। ଆଜିର ନିର୍ବାଚନ ଅଧିକାରୀ ଭାବେ ଭବାନୀପାଟଣା ବିଡ଼ିଓ ବିନୟ ଭୋଇ ଦାୟିତ୍ଵ ନିର୍ବାହ କରିଥିଲେ। ଜିପିଓ କ୍ଷୀତିଶ ଚନ୍ଦ୍ର ନାଏକ, ଜାଫେଦ ନାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ମନୋରମା ମହାନ୍ତି ବ୍ଳକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରେ ଶୁଭେଚ୍ଛା ର ସୁଅ ଛୁଟିଛି। ରୁପ୍ରାରୋଡ ଠାରେ ଅଧ୍ୟକ୍ଷାଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧିନା ପ୍ରଦାନ କରାଯାଇଛି।