-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
12-Mar-2022
ପଦ୍ମପୁର:-ପଦ୍ମପୁର ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ତା୧୨.୦୩.୨୦୨୨ରିଖ ଦିନ ପଦ୍ମପୁର କୋର୍ଟ ପରିସରରେ ୨୦୨୨ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ବିଚାରପତି ଏବଂ ତାଲୁକ ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଅରବିନ୍ଦ ରଥ ଏହାକୁ ଉଦଘାଟନ କରିଥିଲେ ।ଏ ପରିପ୍ରେକ୍ଷୀରେ ୧୧୭ ଟି ବିଚାରାଧୀନ ମାମଲା ମଧ୍ୟରୁ ୨୫ ଟିର ଚୁଡାନ୍ତ ବିଚାର କରାଯାଇଥିଲା । ପ୍ରାଧିକରଣ ଅଧ୍ୟକ୍ଷ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ କୋର୍ଟ ର ବରିଷ୍ଠ ଦେୱାନୀ ବିଚାରପତି ଅଭିନନ୍ଦିତା ପଣ୍ଡା ସହଯୋଗ କରିଥିଲେ । ପଦ୍ମପୁର ଓକିଲ ସଂଘ ର ସଭାପତି ସର୍ବଶ୍ରୀ ଗୌତିଆ ସାହୁ, ଅଜିତ କୁମାର ଶତପଥୀ, ଚିନ୍ମୟ କୁମାର ପଣ୍ଡା,ଉମେଶ ସାହୁ,ସୁନିଲ ପାଣିଗ୍ରାହୀ, ଏବଂ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ଆଇନଜୀବୀ ମାନେ ଉପସ୍ଥିତ ଥିଲେ ।