-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
01-Mar-2022
ଭୁବନେଶ୍ୱର(ସୁଭାସିସ ନାୟକ) : ଚଳିତବର୍ଷ ହୋଲି ଉସବ ପାଳନ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି । ସର୍ବସାଧାରଣ ସ୍ଥାନରେ ପାଳନ ହେବ ନାହିଁ ରଙ୍ଗର ଖେଳ । ଲୋକେ ନିଜ ପରିବାର ସଦସ୍ୟଙ୍କ ସହ ଘର ଭିତରେ ହୋଲି ପାଳନ କରିବେ । ସାର୍ବଜନୀନ ରାସ୍ତା କିମ୍ବା ସ୍ଥାନରେ ହୋଲି ଖେଳି ପାରିବେ ନାହିଁ ବୋଲି ଏସଆରସି କରିଛନ୍ତି । ତେବେ ସ୍ଥାନୀୟ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନେ ଆବଶ୍ୟକତାକୁ ଦେଖି ଅତିରିକ୍ତ କଟକଣା ଜାରି କରିପାରିବେ ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏନେଇ ମାର୍ଚ୍ଚ ୧ରୁ ୩୧ତାରିଖ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି । ଦୋଳ ପୂର୍ଣ୍ଣିମା ସମୟରେ ଲୋକେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧି ଓ ସାନିଟାଇଜର ଉପଯୋଗ କରି ଆବଶ୍ୟକ କୋଭିଡ୍ ଗାଇଡଲାଇନ ମଧ୍ୟରେ ଏହା ପାଳନ କରିବେ । ମହାଶିବରାତ୍ରି ଓ ଦୋଳ ମେଳଣ ନିମନ୍ତେ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ମଧ୍ୟ ମନ୍ଦିର ଭିତରେ ଓ ବାହାରେ ଲୋକଙ୍କ ଏକଜୁଟ ହେବାକୁ ନେଇ ଆବଶ୍ୟକ କଟକଣା ଜାରି କରିପାରିବେ ।