-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
28-Feb-2022
ପଦ୍ମପୁର( ନିରଞ୍ଜନ ତ୍ରିପାଠୀ)-କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ସାରା ରାଜ୍ୟରେ ଶିକ୍ଷା ଦାନ ବନ୍ଦ ରହିଥିବା ସ୍କୁଲଗୁଡିକ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆଜି ପୁନର୍ବାର ଖୋଲିଥିବାରୁ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ମାଣ୍ଡୋସିଲ କ୍ଲଷ୍ଟର ଅନ୍ତର୍ଗତ ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହ ଆନନ୍ଦ ମଧ୍ୟରେ ସ୍ବାଗତ କରାଯିବା ସହ ୨୦୨୦-୨୧ ଶିକ୍ଷା ବର୍ଷର ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ସଫଳତାର ସହ ସର୍ବାଧିକ ନମ୍ବର ରଖି ପାଇକମାଲ ବ୍ଲକ ଟପ୍ପର ହୋଇଥିବା ଏହି ସ୍କୁଲର କୃତି ଛାତ୍ରୀ ରେଣୁକା ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ହୃଷିକେଶ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭବ୍ୟ ଉତ୍ସବରେ ମାଣ୍ଡୋସିଲ ସିଆରସିସି ରାଧେଶ୍ୟାମ ପଟେଲ ମୁଖ୍ୟ ଅତିଥି ଓ ସ୍କୁଲ ପରିଚାଳନା କମିଟି ସଭାପତି ବନବସ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ଡେଜଲିଙ୍ଗ ଦନ୍ତାଙ୍କ ମନ୍ତ୍ରୋଚ୍ଚାରଣ ଓ ମାଁ ମାନଙ୍କ ହୁଳହୁଳି ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଫୁଳ ଚନ୍ଦନ ଲଗାଇ ସ୍ବାଗତ କରାଯାଇଥିଲା । ସମ୍ବର୍ଦ୍ଧନା ସଭାରେ ୨୦୨୦-୨୧ ଶିକ୍ଷା ବର୍ଷର ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାର କୃତି ଛାତ୍ରୀ ରେଣୁକା ସାହୁଙ୍କୁ ସ୍କୁଲ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀ ପଟେଲ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଏହି ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ରୀ ପ୍ରଣତୀ ସାହୁଙ୍କ ଆଜି ଜନ୍ମଦିନ ଥିବାରୁ ଉତ୍ସବରେ ତାଙ୍କ ଜନ୍ମଦିନ ପାଳନ କରାଯିବା ସହ ସମସ୍ତେ ତାଙ୍କୁ ଶୁଭାଶିର୍ବାଦ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ସୁଦାମ କନ୍ଧେର, ସ୍ବେଚ୍ଛାସେବୀ ଶିକ୍ଷୟିତ୍ରୀ ତପସ୍ୱିନୀ ପାଣ୍ଡେ , କୌଶଲ୍ୟା ପ୍ରଧାନ, ସ୍କୁଲ ପରିଚାଳନା କମିଟିର ଚୁଡ଼ାମଣି ବାଗ ଓ ଅଭିଭାବକ ପିତାମାତାମାନେ ଉପସ୍ଥିତ ଥିଲେ ।