-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
22-Feb-2022
ବଲାଙ୍ଗୀର , (ବସନ୍ତ ମେହେର ): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଓଡିଆପାଲି ପଞ୍ଚାୟତ ଗୁଣ୍ଡୁରୁପାଲି ଗ୍ରାମର ଶତାଧିକ ଲୋକେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିବା ନେଇ ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ, ଗ୍ରାମରେ ଥିବା ଏକ ମାତ୍ର ସୋଲାର ଚାଳିତ ନଳକୂପ ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି । ଗତ ଦୁଇ ତିନି ଦିନ ହେବା ଉକ୍ତ ନଳକୂପ ପାଣି ବ୍ୟବହାର କରିବାରୁ ଗ୍ରାମର ଶତାଧିକ ଲୋକଙ୍କ ପେଟ କାଟିବା ସହ ଝାଡ଼ା ବାନ୍ନ୍ତି ହୋଇଥିବା ବେଳେ କଲାବତୀ କଠାର ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେବା ପରେ ସ୍ୱାସ୍ଥ୍ୟଵସ୍ଥା ବିଗିଡ଼ି ଯିବାରୁ ଡାକ୍ତର ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ପଠାଇ ଦେଇଥିବା ବେଳେ ଏବେ ପାଟଣାଗଡ଼ ଡ଼ାକ୍କ୍ତରଖାନାରେ କଲାବତୀ କଠାର ଚିକିତ୍ସିତ ହେଉଥିବା ନେଇ ପ୍ରକାଶ କରିଛନ୍ତି ଗ୍ରାମବାସୀ । ସୂଚନା ପାଇଁ ଏଏନ୍ଏମ ଓ ଆଶା କର୍ମୀ ଶୋଭାଗିନୀ ବଗର୍ତ୍ତୀ ଘରକୁ ଘର ବୁଲି ଓଆରଏସ, ମେଟୋନାଲ ଟେବେଲେଟ୍ ଦେଇଥିଲେ । ଔଷଧ ଖାଇବା ପରେ ଝାଡ଼ା ବନ୍ଦ ହୋଇଥିବା ବୋଲି ଆଶା କର୍ମୀ ଶୋଭାଗିନୀ ବର୍ଗୀ କହିଛନ୍ତି । ଝାଡ଼ାରେ ଆକ୍ରାନ୍ତ ଉମାକାନ୍ତୀ ହାତୀ (୧୮), ଶୋଭାକର ସେଲସା (୬୦), ଆଲିସା ବାଗ, ସତ୍ୟକୁମୁରା, ପୁଷ୍ପାଲତା ନିଆଲ, ସନ୍ତୋଷ ବାଗ, ମନିଷା ଛତର, ଅଙ୍କାର ଗିଦିଲି, ଜିରା ନିଆଲ, ରାଜାରାମ ନିଆଲ, ଗିରିଧାରୀ ନିଆଲ, ମାଳତୀ ନିଆଲ ପ୍ରମୁଖଙ୍କ ସହ ଗ୍ରାମର ଶହେ ରୁ ଅଧିକ ଲୋକ ଝାଡ଼ା ବାନ୍ତିରେ ଆକ୍ରାନ୍ତ ଥିବା ସୁଚନା ମିଳିଛି । ଗୋଟିଏ ୱ।ର୍ଡ ବିଶିଷ୍ଟ ୨୫୦ ପରିବାର ବସବାସ କରୁଥିବା ବେଳେ ଗୋଟିଏ ସୋଲାର ଚାଳିତ ନଳକୂପ ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି । ନଳକୂପର ଚାରିପାର୍ଶ୍ଵରେ ପାଣି ଜମି ରହିଥିବା ଏବଂ ଅଳିଆ ଆବର୍ଜ୍ଜନା ହେତୁ ପାଣି ଦୂଷିତ ହୋଇଥିବା ଯୋଗୁଁ ଏପରି ପରିସ୍ଥିତି ଉପୁଜିଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ଦାବୀ କରିଛନ୍ତି l