-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
21-Feb-2022
ବାଲିଗୁଡ଼ା,(ସୁଶିଲ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରସାୟନ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଲଲାଟେନ୍ଦୁ ଦଳପତି ସମ୍ମାନନୀୟ ଅତିଥି, ବାଣିଜ୍ୟ ବିଭାଗ ଅଧ୍ୟାପକ ସରୋଜ କୁମାର ପାଠୀ
ମୁଖ୍ୟବକ୍ତା ରୂପେ ଯୋଗଦେଇ ମାତୃଭାଷା ଓଡ଼ିଆର ବ୍ୟବହାର ସହ ଅନ୍ୟାନ୍ୟ ମାତୃଭାଷା ସହ ତା'ର ସମ୍ପର୍କ ଇତିହାସ ସାକ୍ଷୀ ଥିବା ବଖାଣି ଥିଲେ।ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡଃ ବିଭୂତି ଭୂଷଣ ଆଚାର୍ଯ୍ୟ ମାତୃଭାଷା ଦିବସର ତାତ୍ପର୍ଯ୍ୟ ବୁଝାଇ ଥିଲେ। ଆଜିର ଦିବସରେ ସମସ୍ତ ଉପସ୍ଥିତ ବ୍ୟକ୍ତି ଉପସ୍ଥିତ ରହି ମାତୃଭାଷା ମାତୃଭୂମି ଓ ମାଆ ମାଟିର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବାକୁ ଶପଥ ନେଇଥିଲେ l ଶେଷରେ ଓଡ଼ିଆ ସମ୍ମାନ ଛାତ୍ର ଦିପୁନ୍ କୁମାର ସାହୁ ଉପସ୍ଥିତ ମହାନୁଭବ ଓ ସହପାଠୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।