-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
21-Feb-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା ର ନର୍ଲା, ମ.ରାମପୁର, କର୍ଲ।ମୁଣ୍ଡା ର ବିଭିନ୍ନ ପଞ୍ଚାୟତରେ ଲୋକଙ୍କ ଆର୍ଥିକ ବିକାଶ ପାଇଁ କାର୍ଯ୍ୟ କରୁଥିବା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ତରଫରୁ ମାନବିକତା ସହାୟତା କାର୍ଯ୍ୟକ୍ରମ ଜରିଆରେ ଗିଫ୍ଟ ଟୁ ଏସିଆ ସହଯୋଗ ରେ ସୋମବାର ଭୂମିହୀନ, ବିଧବା ମହିଳା, ଓ ଅସହାୟ ପରିବାର କୁ ଛେଳି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ନର୍ଲା ବ୍ଲକ ର ଖେତୁପଡା,ଅଏଲାପାଲି,ଆଲିମ, ଥାପେନ,ରେନ୍ଦବାହାଲି ଓ ମ.ରାମପୁର ବ୍ଲକ ର ପେଞ୍ଜିକୁପା, ଦୁଲେନ, ବୋରଭଟା,ପଢେଳକୁନା, ସାନସୁରଡ଼ା, ବୁଢ଼ୀଖମନ ଗାଁର ୬୦ ଟି ଗରିବ ବ୍ୟକ୍ତି ଙ୍କୁ ଆର୍ଥିକ ସ୍ଥିତି ମଜବୁତ କରିବା ଉଦ୍ଧେଶ୍ୟରେ ଅନୁଷ୍ଠାନ ପକ୍ଷରୁ ମାଗଣାରେ ଛେଳି ଯୋଗେଇ ଦେଇଥିବା କାର୍ଯ୍ୟକ୍ରମ ସଂଯୋଜକ ଅମ୍ବରିଷ ମିଶ୍ର କହିଛନ୍ତି।ଏଥିରେ ଗୋଷ୍ଠୀ ସାଧନ କର୍ମୀ କମଳ ଲୋଚନ ଡି ମାଝୀ ,ଓ ତିଳେଶ୍ୱର ଗୌଡ଼ ସହଯୋଗ କରିଥିଲେ।