-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
21-Feb-2022
ବଲାଙ୍ଗିର,(ପ୍ରେରଣା ଖବର) ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ହାଇସ୍କୁଲ ଠାରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁବାସିନୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ରଂଜିତ ମିଶ୍ର, ପ୍ରମୋଦ ବିଶ୍ୱାଳ, ସୁଷମା ମେହେର, ନିରୋତ୍ତମା ବିଶ୍ୱାଳ, ଅଶ୍ୱିନୀ ମହାଲିଙ୍ଗ, ରଶ୍ମୀତା ନନ୍ଦ, ରଶ୍ମୀତା ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ମାତୃଭାଷା ମାଧ୍ୟମରେ ଶିଶୁର ବୋଧଗମ୍ୟତାର ପରିପ୍ରକାଶ ଘଟିବା ସହ ମାତୃଭାଷା ଶିଶୁର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁବାସିନୀ ସେଠୀ ନିଜ ସଭାପତିତ୍ୱ ଅଭିଭାଷଣରେ ଓଡିଆ ଭାଷାର ଅସ୍ମିତା ଦୃଢ କରିବା ସହ ଏହାର ପ୍ରୟୋଗାତ୍ମକ ଉନ୍ନତି ଦିଗରେ ଯତ୍ନବାନ ହେବା ପାଇଁ ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ସମସ୍ତେ ସଂକଳ୍ପ ନେବା ବୋଲି କହିଥିଲେ । ଏହି ଅବସରରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାର କନିଷ୍ଠ ବିଭାଗରେ ସିମ୍ରନ ବାଗ ପ୍ରଥମ, ପ୍ରତିଜ୍ଞା ତ୍ରିପାଠୀ ଦ୍ୱିତୀୟ, ଅଲିଶା ପାଣିଗ୍ରାହୀ ତୃତୀୟ, ପ୍ରଜ୍ଞାମୟୀ ଭୋଇ ସାନ୍ତ୍ୱନାମୂଳକ ପୁରସ୍କାର ପାଇଥିବା ବେଳେ ବରିଷ୍ଠ ବିଭାଗରେ ଲୋକନାଥ ସୁନା ପ୍ରଥମ, ରୂପାଲୀ ମହାକୁର ଦ୍ୱିତୀୟ, ଶ୍ରାବଣୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବକ୍ତୃତା ପ୍ରତିଯୋଗିତା ବିଷୟ “ମାତୃଭାଷାର ବିକାଶରେ ସମାଜର ବିକାଶ” ରେ ତୃପ୍ତିମୟୀ ଶତପଥୀ, ପ୍ରତିଜ୍ଞା ତ୍ରିପାଠୀ, କଲ୍ୟାଣୀ ଧରୁଆ, ରିମା ଦଳାଇ, ଜାହ୍ନବୀ ସାହୁ, ମମତା ନାଗ ପ୍ରମୁଖ ପୁରସ୍କୃତ ହୋଇଥିଲେ । ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ନିରୋତ୍ତମା ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।