-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
21-Feb-2022
ବଲାଙ୍ଗିର (ପ୍ରେରଣା ଖବର) : ଆଜି ବଲାଙ୍ଗିର ନାଗରିକ କମିଟିର ଏକ ତିନି ଜଣିଆ ପ୍ରତିନିଧି ଦଳ ସମ୍ବଲପୁର ରେଲୱେ ଡି ଆର୍ ଏମ୍ ପ୍ରଦୀପ କୁମାର ଙ୍କୁ ସାକ୍ଷାତ କରି ବଲାଙ୍ଗିର ରେଲୱେ ଷ୍ଟେସନର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ବଲାଙ୍ଗିର ଖୋର୍ଦ୍ଧା ରେଳପଥ ର ନିର୍ମାଣ କାମକୁ ତ୍ୱରାନ୍ୱିତ କରିବା ସମ୍ପର୍କରେ ଏହି ପ୍ରତିନିଧି ଦଳ ଦୀର୍ଘ 15 ମିନିଟ୍ ଧରି ଆଲୋଚନା କରିଥିଲେ l ବଲାଙ୍ଗିର ନାଗରିକ କମିଟି ର ସଭାପତି ବେଲାରସିଂହ ଭୋଇ, ସମ୍ପାଦକ ମନୋରଞ୍ଜନ ସାହୁ ଓ ଯୁଗ୍ମ ସମ୍ପାଦକ ଡ. ଚକ୍ରପାଣି ଦାଶ ପ୍ରମୁଖ ଡି ଆର୍ ଏମ୍ ଙ୍କ ସହ ଆଲୋଚନା କରିଥିଲେ l ଡି ଆର୍ ଏମ୍ ପ୍ରଦୀପ କୁମାର ବଲାଙ୍ଗିର ରେଲୱେ ଷ୍ଟେସନ ର ବିକାଶ ଉପରେ ପ୍ରାଥମିକତା ଦିଆଯିବା କଥା କହିଥିଲେ l