-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
19-Feb-2022
ବୌଦ୍ଧ(ପ୍ରେରଣା ଖବର) ଗତ ତା ୧୮.୦୨.୨୦୨୨ ରିଖ ଦିନ ଦ୍ୱିତିୟ ପର୍ଯ୍ୟାୟରେ ବୌଦ୍ଧ ବ୍ଲକ ରକ୍ସା ପଞ୍ଚାୟତ ଅନ୍ତର୍ଗତ ୧ ନମ୍ବର ୱାର୍ଡ ଚଉଁରିଆପଦର ବୁଥରେ ହୋଇଥିବା ନିର୍ବାଚନ ମୁକ୍ତ ଓ ଅବାଧ ହୋଇନଥିବା ନେଇ ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଅବଗତ କରାଯିବାପରେ, ସେଠାରେ ସାନି
ନିର୍ବାଚନ କରାଯିବାକୁ ରାଜ୍ୟ ନିର୍ବାଚନ କମିଶନର ପତ୍ର ସଂଖ୍ୟା ୩୩୫୭ ତା ୧୯.୦୨.୨୦୨୨ ରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା ତା ୨୩.୦୨.୨୦୨୨ ରିଖ ଦିନ ସକାଳ ୯ ଘଣ୍ଟା ସମୟରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ଏହି ବୁଥରେ କଡା ସୁରକ୍ଷା ମଧ୍ୟରେ ସାନି ନିର୍ବାଚନ କରାଯିବ ବୋଲି ଜଣାପଡିଛି । ସଂପୃକ୍ତ ୱାର୍ଡର ବାସିନ୍ଦାମାନେ ଏହି ସାନି ନିର୍ବାଚନରେ ମତଦାନ କରି ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ନିବେଦନ କରାଯାଇଛି ।