-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
19-Feb-2022
ବରଗଡ(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ଅତାବିରା ଷ୍ଟେଟ ବ୍ୟାଙ୍କରେ ପ୍ରତିଦିନ ଜନଗହଳି ରହିଥାଏ ଓ ଲୋକଙ୍କ ଭିଡ଼ ରହିଥାଏ | ତାହାର ଫାଇଦା ନେଇ ଶନିବାର ଏକ ଯୁବକ ଗ୍ରାହକ ସାଜି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲା ଓ ଟଙ୍କା ନେଇ ଚମ୍ପଟ ମାରିଥିଲା ଫଳରେ ବ୍ୟାଙ୍କ ସିକ୍ୟୁରିଟି ଏବଂ ଜନସାଧାରଣ ତା ପଛରେ ଗୋଡେଇ ଥିଲେ ଓ ଉକ୍ତ ଚୋରକୁ ହସ୍ପିଟାଲ ପାଖରେ କାବୁ କରିଥିଲେ | ତାହାକୁ ବ୍ୟାଙ୍କ ସାମ୍ନାକୁ ଆଣି ସ୍ଥାନୀୟ ଅଂଚଳବାସି ଉତ୍ତମ ମଧ୍ୟମ ଦେଇ ପୋଲିସକୁ ଜିମା ଦେଇଛନ୍ତି | ଯୁବକଟିକୁ ଅତାବିରା ପୋଲିସ ଗିରଫ କରିଛି | ଯୁବକଟିର ପରିଚୟ ମିଳିନାହିଁ ସେ ହିନ୍ଦି ଓ ବଙ୍ଗାଳି ଭାଷାରେ କଥା କହୁଥିବାର ଲୋକେ କହୁଥିଲେ | ବ୍ୟାଙ୍କ ଭିତରକୁ ପ୍ରବେଶ କରି ଆନୁମାନିକ ପ୍ରାୟ 52000 ଟଙ୍କା ନେଇଥିଲା ବୋଲି ଶୁଣିବାକୁ ମିଳୁଛି କିନ୍ତୁ ସଠିକ ତଥ୍ୟ ପୋଲିସ ତରଫରୁ ଏପର୍ଯ୍ୟନ୍ତ ମିଲିପାରିନାହିଁ | ଅତାବିରା ଅଂଚଳରେ ଏହିପରି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତେଣୁ ପୋଲିସ ପାଇଁ ବର୍ତମାନ ଏସବୁ ଏକ ପ୍ରକାର ଚେଲେଞ୍ଜ ସାଜିବାରେ ଲାଗିଛି |