-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
18-Feb-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ଆସନ୍ତା ୨୪ ତାରିକରେ ଉଲୁଣ୍ଡା ବ୍ଲକରେ ତ୍ରୀସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହେବ ଏହାକୁ ଦୃଷ୍ଠିରେ ରଖି ଭୋଟର ମାନଙ୍କୁ ଆକର୍ଷୀତ କରିବା ଯୋରସୋରରେ ପ୍ରଚାର ଚଲାଇଛନ୍ତି । ଏହି ପରିପେକ୍ଷୀରେ ଆଜି ବିଜେଡି ତରଫରୁ ଏକ ରୋଡ ସୋ କରାଯାଇଛି । ବୀରମହାରାଜପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ତତ୍ୱାବଧାନ କ୍ରମେ ଉଲୁଣ୍ଡା ଜୋନ୧ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜୟଲକ୍ଷ୍ମୀ ତରାଇ ଏବଂ ଯୋନ ୨ର ପ୍ରାର୍ଥୀ ଝସକେତନ ବଘାରଙ୍କ ପାଇଁ ରୋଡ ସୋ ମାଧ୍ୟମରେ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି । ଏହି ଅବଶରରେ ଏକ ଶୋଭାଯାତ୍ରା ପୋଢଟିକିରାରୁ ବାହାରୀ ଉଦେପଦର ଛକ, ଉଲୁଣ୍ଡା ବସଷ୍ଟାଣ୍ଡ, ବ୍ଲକଛକ ଦେଇ ଗଣ୍ଡାବାହାଲରେ ପହଂଚିଥିଲା । ଏହି ଶୋଭାଯତ୍ରାରେ ପୁର୍ବତନ ସାଂସଦ କଲିକେଶ ନାରାୟଣ ସିଂଦେଓଙ୍କ ସମେତ ବ୍ଲକ ସଂପାଦକ ବିହାରୀଲାଲ ମିଶ୍ର, ଶିବୁ ତରାଇଙ୍କ ସମେତ ବହୁ ଦଲୀୟ କର୍ମୀ ସାମିଲ ହୋଇଥିଲେ ।