-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
18-Feb-2022
ବଲାଙ୍ଗିର, (ପ୍ରେରଣା ଖବର)- ସ୍ଥାନୀୟ ଲାଲଟିକ୍ରା ଠାରେ ଥିବା ଭୁଲିଆ ମେହେର ଅଫିସ ରେ ବରିଷ୍ଠ ନାଗରିକ ମଂଚର ଏକ କାର୍ଯ୍ୟକାରୀ କିମିଟର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମଂଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିଲେ । ସାଧାରଣ ସଂପାଦକ ମନୋରଂଜନ ମିଶ୍ର ଗତ ଇ.ବି.ମିଟିଙ୍ଗର ବିବରଣୀ ପଠନ ପରେ ସମସ୍ତ ଉପସ୍ଥିତ ସଭ୍ୟ କରତାଳି ମାଧ୍ୟମରେ ଅନୁମୋଦନ କରିଥିଲେ । ବିଗତ ସଭାମାନଙ୍କରେ ନିଆଯାଇଥିବା ସିଦ୍ଧାନ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ତାର କାର୍ଯ୍ୟକାରିତା ଉପରେ ନିିରିକ୍ଷଣ କରାଯାଇଥିଲା । ସଭା ଆଲୋଚନାରେ ବିରଞ୍ôଚ ହୋତା, ଉପ-ସଭାପତି ସୁନିଲ ଚନ୍ଦ୍ର ବିଶ୍ୱାଳ, ଅତିରିକ୍ତ ସାଧାରଣ ସଂପାଦକ ବିନୟ କୁମାର ମିଶ୍ର, ସଂଗଠନ ସଂପାଦକ ନରେନ୍ଦ୍ର କବାଟ, କୋଷାଧ୍ୟକ୍ଷ ନିଳାଞ୍ଚଳ ଚିରଗୁନ, ସହ-ସଂପାଦକ ବାସୁଦେବ ମେହେର, ଇଂ ହରେକୃଷ୍ଣ ମେହେର, ପୂର୍ଣ୍ଣଚନ୍ଦ୍ର ମେହେର,ପୋପାଳ କୃଷ୍ଣ ମିଶ୍ର, ବୃଷକେତୁ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପରିଶେଷରେ ସୁନିଲ ଚନ୍ଦ୍ର ବିଶ୍ୱାଲ ଧନ୍ୟବାଦ ଦେଇଥିଲେ ।