-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
17-Feb-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଠାରେ ସୋନପୁର ଚାଇଲଡ ଲାଇନ ପକ୍ଷରୁ କିଶୋରୀ ବାଳିକା ମାନଙ୍କୁ ନେଇ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଗରୁରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାଇଲଡ ଲାଇନର ସଦସ୍ୟା ଆନନ୍ଦିନୀ ଷାଣ୍ଢ ଓ ରୋଜି ସା ଯୋଗଦେଇ କିଶୋରୀ ବାଳିକା ମାନଙ୍କ ସ୍ୱସ୍ଥ୍ୟା ସମସ୍ୟା ଉପରେ ଆଲୋଚନା କରିବା ସହ ନିଜକୁ ସୁସ୍ଥ ରଖିବା ପାଇଁ କିକି ସତର୍କତା ଅବଲମ୍ବନ କରାଜିବ ସେ ଉପରେ ଆଲୋକପାତ କରିଥିଲେ । ଏଥି ସହିତ ଶିଶୁର ଅଧିକାର, ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ନିରାକରଣ ଉପରେ ଆଲୋଚନା କରିଥିଲେ । ସେହିପରୀ ଉଦ୍ଧବ ବାଘ ଏବଂ ପ୍ରଭାମୟୀ ବେହେରା ଅନାଥ ଶିଶୁଙ୍କ ଥାଇଥାନ ଓ ଚାଇଲଡ ଲାଇନର ୧୦୯୮ ଉପରେ ବୁଝାଇଥିବା ବେଳେ ଗାୟତ୍ରୀ ବହିଦାର ଆଶିର୍ବାଦ ଯୋଜନା ଉପରେ ଆଲୋକପାତ କରିଥିଲେ । ଆଶିଷ ନାଏକ ଧନ୍ୟବାଦ ଦେଇଥିଲେ ।